ଟୁଲକିଟ୍‌ ମାମଲାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ !

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୁଲକିଟ୍‌ ମାମଲାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଗାମୀ ଦିନରେ ଦିଲ୍ଲୀ ପୋଲିସ ସମ୍ବିତ ପାତ୍ରଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ନୂଆଦିଲ୍ଲୀ ଏବଂ ଗୁରୁଗାଓଁରେ ଟ୍ୱିଟର କାର୍ଯ୍ୟାଳୟରେ ଚଢାଉ କରିବା ପରେ କଂଗ୍ରେସର ଦୁଇ ଜଣ ନେତାଙ୍କୁ ‘ଟୁଲ୍କିଟ୍’ ବିବାଦ ସମ୍ପର୍କରେ ଯାଞ୍ଚରେ ଯୋଗଦେବାକୁ ନୋଟିସ୍ ଜାରି କରିଛି। ତେବେ ଏହି ନୋଟିସ୍ ସେମାନଙ୍କୁ ଅଭିଯୁକ୍ତ ଭାବରେ ନୁହେଁ ବରଂ ଅଭିଯୋଗକାରୀ ଭାବରେ ଡକାଯାଇଛି। ଏହି ଦୁଇ ନେତା ହେଉଛନ୍ତି ରାଜୀବ ଗୌଡା ଏବଂ ରୋହନ ଗୁପ୍ତା। ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଦଳର ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଅନେକ ବିଜେପି ନେତା କୋଭିଡ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କଂଗ୍ରେସର ଏକ ତଥାକଥିତ ଟୁଲକିଟ୍ ସେୟାର କରିଥିଲେ। ତେବେ ସମ୍ବିତ୍ ପାତ୍ରଙ୍କ ଏହି ଟ୍ବିଟ୍ କୁ ମିଥ୍ୟା ବୋଲି ଦର୍ଶାଇ ସେ ପୋଷ୍ଟ କରିଥିବା ଟୁଲକିଟ୍ ଟ୍ବିଟ୍ କୁ “ମନିପ୍ୟୁଲେଟେଡ୍ ମିଡିଆ” ଟ୍ୟାଗ ଦେଇଥିଲା। ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ କୌଣସି ଏଫଆଇଆର ପଞ୍ଜିକୃତ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ କରୁଛନ୍ତି। ଟୁଲକିଟ୍ ଟ୍ବିଟ୍ କୁ କମ୍ପାନୀ କାହିଁକି ‘ମନିପ୍ୟୁଲେଟେଡ୍ ମିଡିଆ’ ଟ୍ଯାଗ୍ ଦେଲା ଏବଂ ଏ ସମ୍ପର୍କରେ କମ୍ପାନୀ ପାଖରେ କଣ ତଥ୍ୟ ରହିଛି ତାହା ଜାଣିବାକୁ ଦିଲ୍ଲୀ ପୋଲିସ ଟ୍ୱିଟର ଇଣ୍ଡିଆକୁ ନୋଟିସ୍ ଜାରି କରିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାରେ ଆଗାମୀ ଦିନରେ ପଚରାଉଚରା ପାଇଁ ପୋଲିସ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ରଙ୍କୁ ମଧ୍ୟ ନୋଟିସ୍ ଜାରି କରିବ । ସୋମବାର ଦିନ ଦିଲ୍ଲୀ ପୋଲିସର PRO ଚିନ୍ମୟ ବିଶ୍ବାଳ କହିଛନ୍ତି ଯେ ଏହି କାର୍ଯ୍ୟ ରୁଟିନ୍ ପ୍ରୋସେସର ଏକ ଅଂଶ। ସେ କହିଛନ୍ତି, “ ଏହାର ଆବଶ୍ୟକତା ଥିଲା କାରଣ ଆମେ ଜାଣିବାକୁ ଚାହୁଁଥିଲୁ ନୋଟିସ ଦେବା ପାଇଁ ସଠିକ୍ ବ୍ୟକ୍ତି କିଏ , କାରଣ ଟୁଇଟର ଇଣ୍ଡିଆ MD ଙ୍କ ଜବାବ ଅତ୍ୟନ୍ତ ଅସ୍ପଷ୍ଟ ଥିଲା। ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, କଂଗ୍ରେସ ଅଭିଯୋଗରେ ସମ୍ବିତ୍ ପାତ୍ର ଏବଂ ଅନ୍ୟ ବିଜେପି ନେତା ମାନଙ୍କ ଟ୍ୱିଟ୍ ଉଲ୍ଲେଖ କରାଯାଇଥିଲା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଏବଂ ଟୁଇଟରକୁ ଅନୁରୋଧ କରାଯାଇଥିଲା।

Related Posts