ବେଙ୍ଗଲରେ ବିଜେପିର ପୋଲାରାଇଜେସନ ପଲଟିକ୍ସ କଂଗ୍ରେସର କ୍ଷତିକଲା, ମମତାଙ୍କୁ ଫାଇଦା ଦେଲା : ଅଧୀର ରଞ୍ଜନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ  ‘ପୋଲାରାଇଜେସନ୍ ରାଜନୀତି’ କଂଗ୍ରେସକୁ ବ୍ୟାପକ କ୍ଷତି ପହଞ୍ଚାଇଛି କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫାଇଦା ପହଞ୍ଚାଇଛି। ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ ଏହି ବୟାନ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳର ସମୀକ୍ଷା କରି ସେ କହିଛନ୍ତି ଯେ ରାଜନୈତିକ ଦୃଷ୍ଟିକୋଣରୁ ଏହି ଫଳାଫଳ କଂଗ୍ରେସ ସପକ୍ଷରେ ନାହିଁ ଏବଂ ରାଜ୍ୟର ସଂଖ୍ୟାଲଘୁ ଜନସଂଖ୍ୟା ‘ସାମ୍ପ୍ରଦାୟିକ ଶକ୍ତି ହଟାଇବା’ ପାଇଁ ଟିଏମସିକୁ ବିକଳ୍ପ ଭାବେ ବାଛିଛନ୍ତି। ସେ କହିଛନ୍ତି ଯେ, ” ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେଜଲ୍ଟ ରାଜନୈତିକ ଦୃଷ୍ଟିକୋଣରୁ ଆମ ସପକ୍ଷରେ ନଥିଲା। ମମତାଙ୍କ ସହ ଲଢିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ ମଧ୍ୟ ବିଫଳ ହୋଇଥିଲେ। ବିଜେପିର ପୋଲାରାଇଜେସନ୍ ରାଜନୀତି ଆମକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା କିନ୍ତୁ ମମତା ବାନାର୍ଜୀଙ୍କୁ ଫାଇଦା କରିଥିଲା। ସଂଖ୍ୟାଲଘୁ ଜନତା ଅନୁଭବ କରିଥିଲେ ଯେ ଯଦି ଟିଏମସି ବିଜେପି ଭଳି ସାମ୍ପ୍ରଦାୟିକ ଶକ୍ତିକୁ ହଟାଇବାରେ ସକ୍ଷମ ତେଣୁ ସେମାନେ ମମତା ବାନାର୍ଜୀଙ୍କୁ ବାଛିଛନ୍ତି ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି । ଆଇଏସଏଫ ଏବଂ ସିପିଏମ ସହ ଦଳର ଗଠବନ୍ଧନ ସମ୍ପର୍କରେ ଦଳର ନିର୍ବାଚନ ଫଳାଫଳ ସମୀକ୍ଷା ବୈଠକରେ ଆଲୋଚନା କରାଯାଇ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି “ଆମେ କେବେ ଆଇଏସଏଫ ସହ ଗଠବନ୍ଧନ କରିନାହୁଁ। ଆମର ସହଯୋଗୀ ହେଉଛି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) । ବର୍ତ୍ତମାନ ସୁଦ୍ଧା ଆମେ ଅଲଗା ହୋଇ ନାହୁଁ । ଆଇଏସ୍ଏଫ୍ ନେତାମାନେ ଆମ ବିରୁଦ୍ଧରେ କିମ୍ବା ଗଠବନ୍ଧନ ବିରୁଦ୍ଧରେ କିଛି କହି ନାହାଁନ୍ତି।  ଯଦି ଗଠବନ୍ଧନରେ କୌଣସି ମତଭେଦ ଥାଏ ତେବେ ଏହା ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଏଥର ବିଧାନସଭା ନିର୍ବାଚନରେ ​​ଟିଏମସି ମୋଟ 294 ଟି ଆସନ ମଧ୍ୟରୁ 213 ଟି ଆସନରେ ବିଜୟୀ ହୋଇଥିଲା, ବିଜେପି 77 ଏବଂ କଂଗ୍ରେସ, ବାମପନ୍ଥୀ ଓ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ (ଆଇଏସ୍ଏଫ୍) ମେଣ୍ଟ କେବଳ ଗୋଟିଏ ସିଟ୍ ରେ ବିଜୟୀ ହୋଇଥିଲା । ଆଇଏସ୍ଏଫ ପ୍ରାର୍ଥୀ ବିଜୟୀ ହୋଇଥିଲେ। ”  

Related Posts