୩୧ରୁ ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ

ଭୁବନେଶ୍ୱର: ସମଗ୍ର ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ା ଯାତ୍ରା ଚାଲିଥିବା ବେଳେ, ଆସନ୍ତା ୩୧ରୁ ଓଡ଼ିଶାରେ ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ଏନେଇ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଯାତ୍ରା ଆଇଜି ପାର୍କରୁ ନଖରାର ଲୋକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ଧାମନଗର ଉପନିର୍ବାଚନ ପାଇଁ ୨ ଏବଂ ୩ ତାରିଖ ଯାତ୍ରା ବନ୍ଦ ରହିବ। ଏହି ପଦଯାତ୍ରା ସମୟରେ ରାଜ୍ୟ କଂସେସ ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ ବୋଲି ଜଣାପଡିଛି।


ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।

Related Posts