ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ଗୋଲ୍ଡ : ସୁଟିଂରେ ଅବନୀ ଲେଖାରାଙ୍କ ଚମତ୍କାର ପ୍ରଦର୍ଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତୀୟ ସୁଟର ଅବନୀ ଲେଖାରା ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୧୦ ମିଟର ଏଆର୍‌ ଷ୍ଟାଣ୍ଡିଂ SH1 ଯୋଗ୍ୟତା ରାଉଣ୍ଡରେ 249.6 ସ୍କୋର କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଏଥିସହିତ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟାରେ ୪ରେ ପହଁଞ୍ଚିଛି। ୧୯ ବର୍ଷିୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନରେ ରହିବା ସହିତ ଭାରତୀୟ ପାରାଲିମ୍ପିକ୍ସ ଇତିହାସରେ ପ୍ରଥମ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଜୟପୁର ଝିଅ କ୍ବାଲିଫିକିସେନ୍‌ ରାଉଣ୍ଡରେ ୨୧ ଜଣ ଖେଳାଳିଙ୍କ ସହ ମଇଦାନାକୁ ଓହ୍ଲାଇଥିଲେ। ସେ କ୍ବାଲିଫିକେଶନ ରାଉଣ୍ଡରେ ୭ମ ସ୍ଥାନରେ ରହି ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଥିଲ।

ଫାଇନାଲ ରାଉଣ୍ଡରେ ଚାଇନାର ଝାଙ୍ଗ କୁଇପିଙ୍ଗଙ୍କ ସହ କଡ଼ା ସଂଘର୍ଷ ହୋଇଥିଲା। ଆରମ୍ଭରୁ ହିଁ ଅବନୀ ଲିଡ୍‌ ସ୍କୋରର ଥିଲେ ।  ଚୀନ ଖେଳାଳି ୨୪୮.୯ ସ୍କୋର କରି ରୌପ୍ୟ ପଦକ ହାତେଇଥିବା ବେଳେ ଅବନୀ ୨୪୯.୬ ସ୍କୋର କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ସେହିପରି ୟୁକ୍ରେନ୍‌ ଖେଳାଳି ସ୍କେଚନିକ୍‌ ଇରାନା ୨୨୭.୫ ସ୍କୋର କରି ବ୍ରୋଞ୍ଜ ପଦକ ଜିତିଛନ୍ତି। 

ପାରାଲିମ୍ପିକ୍ସରେ ଭାରତରୁ ପଦକ ଜିତିଥିବା ଅବନୀ ଲାଖେରା କେବଳ ତୃତୀୟ ମହିଳା। ଏହା ପୂର୍ବରୁ ଭାରତରୁ ପଦକ ଜିତିବାରେ ପାରାଲିମ୍ପିକ୍ ଗେମ୍ସ ଇତିହାସରେ ଭବୀନା ପଟେଲ ଦ୍ୱିତୀୟ ମହିଳା ଥିଲେ । ସୂଚନାଯୋଗ୍ୟ ଯେ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଥିବା ଦୀପା ମଲିକ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ସେ ରିଓ ପାରାଲିମ୍ପିକ୍ସ 2016 ରେ ସେ 4.61 ମିଟର ଶ୍ରେଷ୍ଠ ଥ୍ରୋ ସହିତ ରୌପ୍ୟ ପଦକ ଜିତିଥିଲେ। ଏଥିସହିତ ଅବନୀ ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related Posts