ମୁମ୍ବାଇରେ ନିବେଶକ ସମ୍ମିଳନୀ; ଶିଳ୍ପପତିଙ୍କୁ ଭେଟି ନିବେଶ ପାଇଁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇର ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ସେଠାରେ ସେ ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ୱାରେ ଇଂଜିନିୟରର ଅଧ୍ୟକ୍ଷ ହିତେଶ ଯୋଶୀ, ଆପ୍ରା ଇଣ୍ଡଷ୍ଟିର ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଧ୍ରୁବ କୋଟାକର ଚେୟାରମ୍ୟାନ ଜେ.ଏମ୍.ବକ୍ସି , ଆଇସିଆଇସିଆଇ ବ୍ୟାଙ୍କର ଏକଜିକ୍ୟୁଟିଭ ଡାଇରେକ୍ଟର ରାକେଶ ଝା, ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ରାଜ୍ୟରେ ନିବେଶ କଲେ ସବୁ ପ୍ରକାରର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୃତି ମଧ୍ୟ ଦେଇଛନ୍ତି । ଆଇଟି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସୋସିଙ୍ଗ ଭଳି କ୍ଷେତ୍ରରେ ଅଧିକ ପୁଂଜିନିବେଶ କରିବା ପାଇଁ ଶିଳ୍ପପତିଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଦୀନେଶ ଖରା, ୱାରେ ଏନର୍ଜି ଚେୟାରମ୍ୟାନ୍ ହିତେଶ ଜୋସି ଏବଂ ସୁପ୍ରିମ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ସାଂସଦ ତାପାରିଆଙ୍କ ସହ ପୃଥକ ଭାବେ ଵୈଠକ କରି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଵୈଠକ ପରେ ନବୀନ ପଟ୍ଟନାୟକ ଏଫଆଇସିସିଆଇ (FICCI) ସହଯୋଗରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ନିବେଶ ରୋଡ୍ ସୋକୁ ସମ୍ବୋଧିତ ମଧ୍ୟ କରିଛନ୍ତି।

Related Posts