ପ୍ରେମ ପାଇଁ ପିଶାଚୀ ସାଜିଲା ମା’, ପ୍ରେମିକ ସହ ନିଜ ଝିଅକୁ କଲା ହତ୍ୟା

ପ୍ରେମ କରିଦେଲା ଅନ୍ଧ । ପରକୀୟା ପ୍ରୀତିରେ ପାଗଳ ହୋଇ ମା’ କରିଛି ପିଶାଚୀ ଭଳି କାଣ୍ଡ । ପ୍ରେମିକ ସହ ମିଶି ନିଜର 11 ବର୍ଷର ଝିଅକୁ ହତ୍ୟା କରିଛି ମା’ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର କର୍ଣ୍ଣାଲରେ ।

ଝିଅକୁ ହତ୍ୟା କରିବା ପରେ ଶରୀରକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ କେନାଲ୍‌ରେ ଫିଙ୍ଗି ବି ଦେଇଥିଲେ । କର୍ଣ୍ଣାଲ ଯମୁନା କେନାଲରୁ ଝିଅଟିର ମୃତ ଦେହ ଜବତ ହେବା ପରେ ସଂପୃକ୍ତ ମା’ ଓ ତା’ର ପ୍ରେମିକଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତ ମହିଳ ଲକ୍ଷ୍ମୀ ଓ ପ୍ରେମିକ ଅମିତ କୁମାରର ଘର କର୍ଣ୍ଣାଲର ସଦାର ବଜାରରେ । ପୋଲିସ୍‌ କହିବା ଅନୁସାରେ, ଲକ୍ଷ୍ମୀ ନିଜ ସ୍ୱାମୀଠାରୁ ଅଲଗା ହୋଇ ଯାଇଥିଲା । କିନ୍ତୁ ଝିଅ ସୋନମ ତା’ ସହ ରହୁଥିଲା ।

କିଛି ମାସ ହେଲା ଅମିତ ସହ ଲକ୍ଷ୍ମୀର ସଂପର୍କ ଗଢ଼ି ଉଠିଥିଲା । କିନ୍ତୁ ଝିଅ କାଳେ ଅନୈତିକ ସଂପର୍କ ବିଷୟରେ ବାପା କିମ୍ବା ଜେଜେବାପା, ଜେଜେମା’ଙ୍କ ଆଗରେ କହିଦେବ ବୋଲି ଭୟ କରୁଥିଲା ଲକ୍ଷ୍ମୀ । ଏହି କାରଣରୁ ନେ ନିଜ ଝିଅର ହତ୍ୟା କରିବାକୁ ପଛାଇଲା ନାହିଁ । ପ୍ରେମିକ ସହ ମିଶି ଝିଅକୁ ହତ୍ୟା କରିବା ପରେ ତା’ର ମୃତଦେହ କେନାଲକୁ ଫିଙ୍ଗି ଦେଇଥିଲା ।

Related Posts