କୋଟିଆରେ ଓଡ଼ିଶା ପୁଲିସର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ପ୍ରଚାର ଜୋରଦାର କରୁଥିବାବେଳେ ଚଳଚଳଞ୍ଚଳ ହୋଇ ଉଠିଛି ଓଡ଼ିଶା ପୁଲିସ । କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍ ଉପରେ ପୁଲିସ୍ କଡା ନଜର ରହିଛି। କୋଟିଆ ପଞ୍ଚାୟତରେ ରହିଛି ୧୩ ୱାର୍ଡ।

ଏଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସର୍ବଦଳୀୟ ପ୍ରାର୍ଥୀ(ତିନି ଦଳର ପ୍ରାର୍ଥୀ) ମମତା ଜାନି ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଲଢେଇ କରୁଛନ୍ତି। କହିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭିତରେ ଏଥର ଲଢ଼େଇ ହେବ। ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ୭ ଜଣ ଓ ୧୩ଟି ୱାର୍ଡରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୨ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୧୦ ନମ୍ୱର ୱାର୍ଡରେ ଦୁଇ ଜଣ ପ୍ରତି ଲଢ଼ୁଥିବାରୁ ମତଦାନ ହେବ। ଏଠାରେ ୧୮ ତାରିଖରେ ଭୋଟ୍ ଗ୍ରହଣ ହେବ।

Related Posts