ଦଳିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା , ପୀଡିତଙ୍କ ମା କହିଲେ, ” ପଣ୍ଡିତ ଜୀ ମୋତେ ଚୁପଚାପ୍ ଘରକୁ ଯାଇ ଶୋଇବାକୁ କହିଥିଲେ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚାରି ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଏକ ଶ୍ମଶାନରେ ନଅ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ରବିବାର ନାବାଳିକା ନିକଟସ୍ଥ ଏକ ୱାଟର କୁଲରରୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ।

 ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରି ବଳପୂର୍ବକ ନାବାଳିକାର ମୃତଦେହକୁ ଜଣେ ପୂଜାରି ଓ ଶ୍ମଶାନରେ କାମ କରୁଥିବା ୩ ଜଣ ଲୋକ ପୋତି ଦେଇଥିଲେ । ନାବାଳିକାର ରହସ୍ୟମୟ ମୃତ୍ୟୁ ଏବଂ ପରିବାର ଲୋକଙ୍କୁ ନଜଣାଇ ଶବଦାହ କରିଥିବାରୁ ପରିବାର ଲୋକେ ବଳାତ୍କାର ଅଭିଯୋଗ ଆଣିଛନ୍ତି। 

ଏହି ଘଟଣାରେ ଏବେ ଜାତୀୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେ ସମୟ ଫଟୋକୁ ଟ୍ୱିଟରରେ ସେୟାର କରି ବିବାଦରେ ପଡିଛନ୍ତି ।

ବିଜେପି ରାହୁଲଙ୍କୁ ଟାର୍ଗେଟ କରିଛି। ଅନ୍ୟ ପକ୍ଷରେ ରାହୁଲଙ୍କ ଗସ୍ତ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୀଡିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପହଁଚିବା ପରେ ପରିବାର ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜଧାନୀ ଆଇନ ଶୃଙ୍ଖଳା ବିଗୁଡୁଛି ତେଣୁ ଏହା ଉପରେ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ।

ମା’ଙ୍କ କହିବାନୁସାରେ, ସେ ରବିବାର ସନ୍ଧ୍ୟାରେ ମନ୍ଦିରକୁ ଯାଇଥିବାବେଳେ ସ୍ୱାମୀ ପନିପରିବା ଆଣିବାକୁ ଯାଇଥିଲେ।  “ମୋ ଝିଅ ଖେଳିବାକୁ ଚାହୁଁଥିଲା ଏବଂ ଶ୍ମଶାନ ନିକଟସ୍ଥ କଳକୁ ପାଣି ଆଣିବାକୁ ଯାଉଥିଲା। ଏହି ସମୟରେ ପଣ୍ଡିତ ଜୀ ଏବଂ ଆଉ କିଛି ଲୋକ ମୋ ପାଖକୁ ଆସି କହିଥିଲେ ଯେ ମୋ ଝିଅର ମୃତ୍ୟୁ ଘଟିଛି। ମୁଁ ହଠାତ୍ ଶ୍ମଶାନକୁ ଦୌଡ଼ିଗଲି। ସେମାନେ କହିଥିଲେ ଯେ ତାଙ୍କୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତା’ ର ମୃତ୍ୟୁ ଘଟିଛି। ସେ ମୋତେ କାନ୍ଦିବାକୁ କିମ୍ବା ପାଟି ନକରିବାକୁ କହିଥିଲେ। ସେମାନେ ମୋତେ କହିଥିଲେ ଯେ ପୋଲିସ ପିଲାଟିକୁ ନେଇଯିବ, ପୋଷ୍ଟମର୍ଟମ କରିବ ଏବଂ ତାର ଅଙ୍ଗ ବିକ୍ରି କରିବ।

 “ମୋ ପିଲାର ପୋଷାକ ଓଦା ଥିଲା ଏବଂ ଓଠ ନୀଳ ପଡିଯାଇଥିଲା … ମୁଁ ଚେତାଶୂନ୍ୟ ହୋଇ ପଡିଗଲି। ପୀଡିତାଙ୍କ ମାଙ୍କ ଅନୁଯାୟୀ, ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଲେ ଝିଅକୁ କାଟି ଟିକଟଟିକ କରିଦେବ । ସେମାନେ ନାବାଳିକାର ଶବ ସଂସ୍କାର କରିବାକୁ ଧମକ ଦେଇଥିଲେ । ତେବେ ସଂସ୍କାର ସମୟରେ ପୀଡିତାର ମା ଚିକ୍ରାର କରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଓ ସ୍ଥାନୀୟ ଲୋକ ପୀଡିତାର ଶବକୁ ମାଟିରୁ ବାହାର କରି ସେଠାରେ ଜଗି ରହିଥିଲେ । କିନ୍ତୁ ମେଡିକାଲ ଟିମ ଏହି ହତ୍ୟାକୁ ଗ୍ରହଣ କରି ନ ଥିଲେ ।   “ସେମାନେ ମୋତେ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ।  କିନ୍ତୁ ମୁଁ ମନା କଲି।  ପଣ୍ଡିତ ଜୀ ମୋତେ ଚୁପଚାପ୍ ଘରକୁ ଯାଇ ଶୋଇବାକୁ କହିଥିଲେ।  ସେ ମୋତେ ଯମୁନାରେ ବୁଡ଼ ପକାଇବା ପାଇଁ ପାଉଁଶ ନେବାକୁ ସକାଳେ ଫେରିବାକୁ କହିଥିଲେ।କିନ୍ତୁ ସେତେବେଳକୁ ସ୍ଥାନୀୟ ଲୋକମାନେ ଏବଂ ପୋଲିସ ପହଞ୍ଚିଥିଲା।  ନିଆଁ ଲାଗି ମୃତଦେହ ଅଧା ଜଳି ଯାଇଥିଲା ବୋଲି ସେ କହିଛନ୍ତି। ପୁଲିସ ଏହି ମାମଲାରେ ପୁରୋହିତ ରାଧା ଶ୍ୟାମ (55) ଏବଂ ଅନ୍ୟ ତିନିଜଣ – କୁଲଦୀପ କୁମାର (63), ଲକ୍ଷ୍ମୀ ନାରାୟଣ (48) ଏବଂ ମୋହଦ୍ ସଲିମ (49) ଙ୍କୁ ଗିରଫ କରିଛି ଏବଂ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

Related Posts