କରୋନାକୁ ଭାରତୀୟ ଭାରିଆନ୍ଟ କହିଥିବା ଶଶି ଥରୁରଙ୍କୁ ନିଲମ୍ୱିତ କରାଯାଉ: ନିଶିକାନ୍ତ ଦୁବେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶ ମହାମାରୀ କରୋନା ସହ ଲଢ଼ୁଛି । ତେବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କରାେନାକୁ ଭାରତୀୟ ଭାରିଆନ୍ଟ ବୋଲି କହିଥିଲେ । ଏ ନେଇ ଆଜି ବିଜେପି ନେତା ନିଶିକାନ୍ତ ଦୁବେ କଂଗ୍ରେସର ଚର୍ଚ୍ଚିତ ନେତା ଶଶି ଥରୁରଙ୍କୁ ତାଙ୍କ ପଦରୁ ନିଲମ୍ୱିତ କରିବା ପାଇଁ ଦାବି କରିଛନ୍ତି । ତେବେ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଶଶି ଥରୁର କରାେନାକୁ ଭାରତୀୟ ଭାରିଆନ୍ଟ ବୋଲି କହିଥିଲେ । କିନ୍ତୁ ଅପରୀପକ୍ଷେ WHO ଏପରି କିଛି ଭାରିଆନ୍ଟ ନାହିଁ ବୋଲି ସ୍ପୋଷ୍ଟ କରିଛନ୍ତି । ବାସ୍ ଏହା ପରେ ଆରମ୍ଭ ହୋଇ ଯାଇଥିଲା ରାଜନୀତି । ଏନେଇ ନିଶିକାନ୍ତ ଦୁବେ କଂଗ୍ରେସ ନେତା ଶଶି ଥରୁରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଥରୁର ଏପରି କହି ସାରା ଭାରତୀୟଙ୍କୁ ଅପମାନିତ କରିଛନ୍ତି । ଅନ୍ୟପଟେ ସରକାର ଏହାକୁ ହଟାଇବା ପାଇଁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚିଠି ଲେଖିଛନ୍ତି । ତେବେ ଥରୁର୍ ଜଣେ ସମ୍ମାନିତ ଲୋକସଭା ସଦସ୍ୟ ହୋଇ ମଧ୍ୟ ଦେଶ ତଥା ଏହାର ଲୋକଙ୍କୁ ଅସମ୍ମାନ କରିବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ତାଙ୍କୁ ତାଙ୍କ ପଦରୁ ନିଲମ୍ୱିତ କରାଯାଉ ବୋଲି ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି । ଅନ୍ୟପଟେ ସାରା ଦେଶ କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗ ସହ ଲଢ଼ୁଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଅନେକ ଲୋକ ମୃତ୍ୟୁ ବରଣ କରୁ ଛନ୍ତି । ଇତିମଧ୍ୟରେ ଅନେକ ଲୋକ ହସ୍ପିଟାଲରେ ବେଡ୍, ଔଷଧ ଏବଂ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛନ୍ତି । ତେବେ କେନ୍ଦ୍ରସରକାର ଏହାକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାଫଳରେ ଉଭୟ କେନ୍ଦ୍ର ସରକାର ଏବଂ ବିଜେପିକୁ ତୀବ୍ର ସମାଲୋଚନା କରାଯାଉଛି ।

Related Posts