ଭୋଟ ବ୍ୟାଙ୍କ ହାତେଇବା ପାଇଁ ରାଜନେତା ମାନେ ଲୋଭନୀୟ ପ୍ରଚାର କରୁଥିବା ବେଳେ, ଏହିକ୍ରମରେ ସାମଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ କ୍ଷମତାକୁ ଆସିବା ପାଇଁ ଲୋଭନୀୟ ମାଗଣା ଅଫର ଲୋକଙ୍କ ପାଇଁ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଉତ୍ତର ପ୍ରଦେଶରେ ସବୁ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ସହ କ୍ଷୀର, ଚିନି, ତେଲ ଓ ଘିଅ ମଧ୍ୟ ଯୋଗାଇ ଦିଆଯିବ ।
ଅଖିଲେଶ କହିଛନ୍ତି, “ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ସରକାରଙ୍କ ଅମଳରେ ଲୋକମାନେ ମାର୍ଚ୍ଚ ମାସ ଯାଏ ମାଗଣା ରାସନ ପାଉଛନ୍ତି। କିନ୍ତୁ ଯଦି ସମାଜବାଦୀ ପାର୍ଟି କ୍ଷମତା ଆସିବ, ତା’ହେଲେ ବର୍ଷ ତମାମ ମାଗଣା ରାସନ ସହ ଗୋଟିଏ ଲିଟର ତେଲ, ଗୋଟିଏ କେଜି ଘିଅ ଓ କ୍ଷୀର ପାଉଡର ଯୋଗାଇ ଦିଆଯିବ। ଏଥିସହ ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ ଗରିବ ଲୋକଙ୍କୁ ମାଗଣା ମେଡିକାଲ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।





