କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ । ତେବେ ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍ଦାର୍ଙ୍କ ଅଫିସ୍ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍ ଭଟ୍ଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ୩୬ ବର୍ଷିୟ ରାହୁଲ୍ ଗତ ୧୦ ବର୍ଷ ହେବ ବଡ୍ଗାମ୍ ଜିଲ୍ଲାରେ ଚାକିରି କରୁଥିଲେ।

ତାଙ୍କୁ ହତ୍ୟା କରାଯିବାର ୨୪ ଘଣ୍ଟା ପରେ ଭାରତୀୟ ସେନା କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା ବାହିନୀ ତାଙ୍କ ପତ୍ନୀ ମୀନାକ୍ଷୀଙ୍କୁ ଦୁଇ ଦିନ ମଧ୍ୟରେ ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ସେନା ନିଜର ପ୍ରତିଶ୍ରୁତି ପୂରଣ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts