ଖୁବଶୀଘ୍ର ଘୋଷଣା ହେବ ପୌରନିର୍ବାଚନର ତାରିଖ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ଘୋଷଣା ହେବ ପୌରନିର୍ବାଚନର ତାରିଖ । ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ନିର୍ବାଚନ ତାରିଖ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ ମଧ୍ୟ କରାଯାଇଛି । ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ହେବ । ସେହିପରି ମହାନଗର ନିଗମ କାଉନସିଲ୍, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ମଧ୍ୟ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ଏବଂ ୩ଟି ମହାନଗର ନିର୍ବାଚନ ହେବାକୁ ଯାଉଛି ।

Related Posts