ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର : ଘର ଭିତରୁ ଉଦ୍ଧାର ହେଲା ମା’ ସମେତ ୨ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଘର ଭିତରୁ ଏକା ସାଙ୍ଗରେ ତିନିଟି ମୃତ ଦେହ ଉଦ୍ଧାର ହୋଇଛି। ମାଆ ସମେତ ୨ଶିଶୁଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ଫେରାର୍‌ ଅଛନ୍ତି । ମୃତକ ୩ ଜଣ ହେଉଛନ୍ତି ୨୮ ବର୍ଷୀୟା ସୋନି ପୋଦାର, ତାଙ୍କର ୫ ବର୍ଷର ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଡ଼ଦାର ଫେରାର ଥିବା ଜଣାପଡିଛି। ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ମିଳିଥିବା ସୂଚନା ମୁତାବକ , ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଲଜକୁରାପଡ଼ା ଗାଁରେ ପରିବାର ସହ ନାରାୟଣ ବସବାସ କରୁଥିଲେ । କ୍ଷୀରବାଲା ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କ ଘରକୁ କ୍ଷୀର ଦେବାକୁ ଆସିଥିଲା। ତେବେ ବହୁ ସମୟ ଧରି ଡାକିବା ପରେ ମଧ୍ୟ କିଛି ବି ଉତ୍ତର ମିଳି ନଥିଲା । 

ପରେ କ୍ଷୀରବାଲା ଜଣକ ୩ଜଣଙ୍କ ମୃତଦେହ ଦେଖି ପଡୋଶୀ ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ମାନେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହକୁ ଜବତ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ମୃତ ମହିଳାଙ୍କ ସ୍ୱାମୀ ଫେରାର ଥିବା ବେଳେ ବ୍ରଜରାଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts