ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣା: ୮ ଇଞ୍ଜିନିୟରଙ୍କ ଉପରେ ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଛାଟ

ଭୋପାଳ : ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ କାର୍ଯ୍ୟନୁଷ୍ଠାନ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସମ୍ପୃତ ଅଧିକାରୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭାଗୀୟ ୮ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି।

ଡ୍ୟାମ୍‌ ଉପରେ ୧୮ ଗାଁ ଲୋକେ ନିର୍ଭର କରୁଥିବା ବେଳେ ବନ୍ୟାରେ ଡ୍ୟାମଟି ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ୨୦୧୮ରୁ ଜାରି ରହିଛି। ଗତ ୧୧ ତାରିଖରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତି ସମୟରେ ଏହି ଡ୍ୟାମ୍‌ ଭାଙ୍ଗି ବନ୍ୟାରେ ବୋହି ଯାଇଥିଲା।

ଏହି ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Related Posts