ବିରୁଷ୍କାଙ୍କ ଜଙ୍ଗଲ ରୋମାନ୍ସ

ନ୍ୟୁଜିଲ୍ୟାଣ୍ଡ ଗସ୍ତ ଅଧାରୁ ସ୍ବଦେଶ ଫେରିଥିବା ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି ଏବେ ପତ୍ନୀ ଅନୁଷ୍କାଙ୍କ ସହ ଛୁଟି କଟାଉଛନ୍ତି, ତାହା ପୁଣି ଜଙ୍ଗଲରେ । ବ୍ୟସ୍ତବହୁଳ କ୍ୟାରିୟରରୁ ସମୟ ବାହାର କରି ବିରାଟ ଅନୁଷ୍କାଙ୍କ ସହ ସମୟ ବିତାଉଛନ୍ତି ।

ପୂର୍ବରୁ ଏକ ରୋମାଣ୍ଟିକ୍‌ ଶୈଳୀରେ ଫଟୋ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଥିଲେ ବିରୁଷ୍କା । ଶନିବାର ‘ବିରୁଷ୍କା’ ଏକ ଜଙ୍ଗଲ ମଧ୍ୟରେ ରୋମାନ୍ସ କରୁଥିବାର ଆଉ ଏକ ଫଟୋ ଛାଡ଼ିଛନ୍ତି ।

 

View this post on Instagram

 

Best friend forever ❤️

A post shared by AnushkaSharma1588 (@anushkasharma) on

ଏହି ଫଟୋଟିକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏଥିରେ ଉଭୟ ଏକ ଜଙ୍ଗଲ ମଧ୍ୟରେ ବସିଥିବା ଦେଖିବାକୁ ମିଳୁଛି ।
ଅନୁଷ୍କାର ଫଟୋରେ କ୍ୟାପସନ୍‌ ଲେଖିଛନ୍ତି “ବେଷ୍ଟ ଫ୍ରେଣ୍ଡ ଫର୍‌ ଏଭର” । ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ଏହାକୁ ବହୁ ସଂଖ୍ୟାରେ ସେୟାର କରାଯାଉଛି, ଏଥିସହ ଲୋକେ ମଜାଦାର କମେଣ୍ଟ ବି ଦେଉଛନ୍ତି ।

Related Posts