ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଜୁଲାଇ ୧୮ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଚଳିତ ଅଧିବେଶନରେ ବିଜେଡି ପୁଣି ଥରେ ଉଠାଇବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଏହା ସହ ଉଷୁନା ଚାଉଳ ଉଠେଇବା, ଫନିରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା, ରେଳବାଇ କ୍ଷେତ୍ରରେ ରାଜ୍ୟକୁ ଅବହେଳା, କୋଇଲା ରୟାଲଟି ଆଦି ପ୍ରସଙ୍ଗ ବିଜୁ ଜନତା ଦଳ ସଂସଦ ର ମୌସୁମୀ ଅଧିବେଶନରେ ଉଠାଇବା ନେଇ ସୂଚନା ମିଳିଛି।

ମୌସୁମୀ ଅଧିବେଶନ ପୂର୍ଵରୁ ଦଳର ସାଂସଦମାନଙ୍କ ସହ ଏବିଷୟରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ପାଇଁ କହିଛନ୍ତି ନବୀନ। ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହୋଇ ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।