
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଟିଆ ମାମଲାରେ ଆନ୍ଧ୍ର ଅଦାଲତଙ୍କ ନିର୍ଦେଶକୁ ଅବମାନନା କରିଥିବା ନେଇ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ଏହି ପ୍ରସଙ୍ଗରେ ରାଜନୈତିକ ସ୍ତରରେ ସମାଧାନ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ୬ ସପ୍ତାହ ପରେ ପୁଣି ଥରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।
ସୁପ୍ରିମକୋର୍ଟର ବିଚାରପତି ଏ.ଏମ.ଖାନୱିଲକର, ବିଚାରପତି ସଂଜିବ ଖାନ୍ନା ଓ ବିଚାରପତି ଜେ.କେ ମାହେଶ୍ବରୀଙ୍କ ତିନିଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୂଣାଣି କରିଥିଲେ। ଖଣ୍ଡପୀଠ ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ଏହି ପ୍ରସଙ୍ଗରେ ରାଜନୈତିକ ସ୍ତରରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲୋ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ବିକାଶ ସିଂହ ଏବଂ ଆଡଭୋକେଟ ଅନ ରେକର୍ଡ ଶିବ ଶଙ୍କର ମିଶ୍ର ସୁପ୍ରିମକୋର୍ଟରେ ମାମଲାର ପରିଚାଳନା କରିଥିଲେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କୋଟିଆ ଗ୍ରାମପୁଞ୍ଜ ମାମଲାରେ ସ୍ଥିତବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଭୟ ରାଜ୍ୟ ସରକାର ଏ ନେଇ କୋର୍ଟଙ୍କୁ ଅଣ୍ଡରଟେକିଂ ଲେଖିଦେଇଥିଲେ। କିନ୍ତୁ ଅନ୍ଧ୍ର ସରକାର ଏହାର ଉଲଂଘନ କରି କୋଟିଆକୁ ନିଜର ବୋଲି ଦର୍ଶାଇ ପଂଚାୟତ ନିର୍ବାଚନ କରୁଛି , ଯାହାକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଦର୍ଶାଇ ଓଡିଶା ପକ୍ଷରୁ ୧୦ ଫେବ୍ରୁଆରି ୨୦୨୧ ରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା।
ଆନ୍ଧ୍ର ମୁଖ୍ୟ ଶାସନ ସଚିବ,ଆନ୍ଧ୍ର ରାଜ୍ୟ ନିର୍ବାଚନ କମିଶନର ଏବଂ ବିଜୟନଗରମ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପକ୍ଷରୁ ନିବେଦନ କରାଯାଇଥିଲା । ଯାହାର ଜବାବରେ ଆନ୍ଧ୍ର ତରଫରୁ ମଧ୍ୟ କୋର୍ଟରେ ଓଡ଼ିଶାର ଅବମାନନା ପିଟିସନକୁ ଯୁକ୍ତି ଯୁକ୍ତି ନୁହେଁ ବୋଲି ସତ୍ୟପାଠ ଦାଖଲ କରହିଥିଲା। ଯାହାକୁ ଓଡ଼ିଶା ତରଫରୁ ଖଣ୍ଡନ କରାଯାଇଥିଲା।
ଆନ୍ଧ୍ର ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଏହାପରେ ଓଡିଶା ଦ୍ବାରା ଏପ୍ରିଲ ୭,୨୦୨୧ରେ ଆନ୍ଧ୍ର ବିରୋଧରେ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରାଯାଇ ଥିଲା। ମଙ୍ଗଳବାର ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଆପୋଷ ବୁଝାମଣା କରି ଏହାର ସମାଧାନ କରିବା ପାଇଁ ଅଦାଲତ ପରାମର୍ଶ ଦେଇଛନ୍ତି ।