ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ ଆଉ ଚାଲିବନି ପେଟ୍ରୋଲ, ଡିଜେଲ୍ ଓ ସିଏନଜି ଗାଡ଼ି
ଦିଲ୍ଲୀ-ଏନସିଆରରେ ବୃଦ୍ଧିପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆୟୋଗ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବାୟୁ ଗୁଣବତ୍ତାକୁ ସୁଧାରିବା ତଥା ପରିବହନ ଜନିତ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏନ-୧ ଏବଂ ଏନ-୨ ବର୍ଗର ମାଲବାହୀ ଯାନଗୁଡ଼ିକ ପାଇଁ ନୂତନ ପଞ୍ଜୀକରଣ ପାଇଁ ଘୋଷଣା କରାଯାଇଛି। ଆଗାମୀ ଦିନରେ ଏହି ଅଞ୍ଚଳରେ କେବଳ ବୈଦ୍ୟୁତିକ ଯାନ ଗୁଡ଼ିକୁ ମାଲବାହୀ ଯାନ ଭାବରେ ଅନୁମତି ଦିଆଯିବ।
