ବଙ୍ଗୋପସାଗରରେ ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ୬ ଘଣ୍ଟାରେ ୧୨କିମି ବେଗରେ ଗତି କରୁଛି। ଏହା ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ ନିକଟରେ ଅତିକ୍ରମ କରିପାରେ ଉପକୂଳ।
ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ୬ ଘଣ୍ଟାରେ ୧୨କିମି ବେଗରେ ଗତି କରୁଛି। ଏହା ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ ନିକଟରେ ଅତିକ୍ରମ କରିପାରେ ଉପକୂଳ।
ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି।
ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ହୋହାଲ୍ଲା ହୋଇଥିଲା।
ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ପାରିବାରିକ କଳହରୁ ଉନ୍ମତ୍ତ କାଣ୍ଡ। ପୂଜାପାଠକୁ କେନ୍ଦ୍ର କରି ପତ୍ନୀ ଏବଂ ଦୁଇ ଜଣ ପୁରୋହିତଙ୍କୁ ଗୁଳି କରି ହତ୍ୟା କରି ପରେ ନିଜ ପିଲାମାନଙ୍କୁ ବନ୍ଧକ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ବାଚ ଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହୋଇଥିଲା। ଏହିକ୍ରମେ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ଗାନ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବର ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି।
ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା । ଏହାକୁ ନେଇ ପ୍ରସ୍ତୁତ ରାଜ୍ୟ ସରକାର । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡିକର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।
ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ‘ଜୋନ୍ ଅଫ୍ କନ୍ସିଡରେସନ୍’ରୁ ବାଦ୍ ଦିଆଯିବା, ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ଏବଂ କିଛି ଅଧିକାରୀଙ୍କ ପଦୋନ୍ନତି ପରେ ତାଲିକାରେ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି ।
ଓଡ଼ିଶାର ଆବାସ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ରାଜ୍ୟରେ ଆବାସ ପାଇଁ ମୋଟ ୩୮ ଲକ୍ଷ ୮୯ ହଜାର ୨୩୪ ଜଣ ହିତାଧିକାରୀଙ୍କ ସର୍ଭେ କରାଯାଇଥିଲା ।
ଗଁାକୁ ରାସ୍ତା ନଥିବାର ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ ସେବା। ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଖଟିଆ ଭାରରେ ବୁହା ଗଲା ୩ କିମି। ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡା ପଞ୍ଚାୟତ ଅନ୍ତର୍ଗତ କଞ୍ଚାକରଡା ଗ୍ରାମରେ।
ଖରିଆର ବନ ବିଭାଗ ଅଧୀନସ୍ଥ ଉଦ୍ୟାନବନ୍ଧ ବନ ରେଞ୍ଜରେ ଭିଜିଲାନ୍ସର ବନ ବିଭାଗ ଚଢ଼ଉ କରି କଲରା ପତରିଆ ବାଘ ଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ନୂଆପଡ଼ା ଜିଲ୍ଲା କୁମନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅଧୀନ କଟାଭାଲ ଗ୍ରାମ ପଞ୍ଚାୟତର ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନ ସମତେ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଗାଇସିଲେଟ୍ ନିକଟ କନ୍ଦାଗଡ଼ରେ ଥିବା ଶ୍ରୀ ବେହେରାଙ୍କ ଦୁଇ ମହଲା ବିଶିଷ୍ଟ ଆବାସିକ କୋଠା, କନ୍ଦାଗଡ଼ରେ ଥିବା ୬ଟି କୋଠରୀ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ, କନ୍ଦାଗଡ଼ରେ ଥିବା
କୋରାପୁଟ (ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲାରେ ଭାରିରୁ ଅତିଭାରି ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ…
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହି ବଡ଼ ବୟାନ ଦେଇଛନ୍ତି।
ଓଡିଶାକୁ ଘାରିଛି ବାତ୍ୟା ଭୟ। ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓ୍ୱେଲମାର୍କଡ ଲୋପ୍ରେସରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କାନ୍ଦବୋବାଳିରେ ଫାଟି ପଡିଲା ସ୍ୱର୍ଗଦ୍ୱାର। ଏକସଙ୍ଗେ ଜଳିଉଠିଲା ୭ ଜୁଇ। ଯେଉଁମାନେ ହସିହସି ଘରୁ ତୀର୍ଥଯାତ୍ରା ପାଇଁ ବାହାରିଥିଲେ ମୃତଶରୀର ହୋଇ ଘରକୁ ଫେରିଲେ। ଆଜି ଭୋରରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି।
ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ। ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅର୍ଥାତ୍ ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୌସୁମୀ ଅଧିବେଶନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଉଭୟ ଶାସକ ଓ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ପୁନଃ ଗିରଫଦାରୀକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗିରଫର କାରଣ ଦର୍ଶାଇବାରେ ବିଫଳ ହେବା ଯୋଗୁଁ ଯଦି ଜଣେ ବ୍ୟକ୍ତିଙ୍କ ପ୍ରାରମ୍ଭିକ ଗିରଫଦାରୀକୁ ରଦ୍ଦ କରାଯାଇଥାଏ, ତେବେ ପୋଲିସ ତାଙ୍କୁ ପୁନର୍ବାର ଗିରଫ କରିବା ପୂର୍ବରୁ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।