ସିକ୍କିମରେ ଭୟଙ୍କର ଭୂସ୍ଖଳନ: ୩୦ରୁ ଅଧିକ ଘର ପ୍ରଭାବିତ
ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟରେ ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗୁରୁବାର ମଧ୍ୟରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟରେ ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗୁରୁବାର ମଧ୍ୟରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି।
ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ବ୍ୟାପକ ପ୍ରଭାବିତ ହୋଇଛି। ରାୟଗଡ଼ା ଡିଭିଜନର ମାଲିଗୁଡ଼ା–ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
କୋରାପୁଟ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୨୬୪୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେକ୍ଟର ୭ ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ତିନିଜଣ ଛଦ୍ମ ବେଶୀ ୩ ବାବା ରାସ୍ତାରେ ଯାଉଥିବା ମହିଳା ସ୍ନେହଲତା ଜେନାଙ୍କୁ ଟଙ୍କା ମାଗିଥିଲେ।
ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଚାଲି ପାରୁ ନାହିଁ ବିଧାନସଭା। ଗୃହ ଆରମ୍ଭ ହେବା ମାତ୍ରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ଅଚଳାବସ୍ଥା ସୃଷ୍ଟି କରୁଛନ୍ତି ବିରୋଧୀ ବିଧାୟକ। ଲଗାତାର ତୃତୀୟ ଦିନ ପାଇଁ ଚାଲିପାରି ନାହିଁ ବିଧାନସଭା।
ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ବଢ଼ିପାରେ ସ୍କୁଲ ଛୁଟି । ଆବଶ୍ୟକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ସ୍କୁଲ ବନ୍ଦ ରଖାଯାଇପାରେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଦକ୍ଷିଣରୁ ପଶ୍ଚିମ ଆଉ ଉପକୂଳ ସବୁଠି ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ପୋଲ ଭୁଶୁଡ଼ିଲାଣି ଆଉ କେଉଁଠି ଭୂସ୍ଖଳନ। ଗଭୀର ଅବପାତ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି।
ପୁଣି ଜୀବନ ନେଲା ଡିଜେ ସାଉଣ୍ଡ୍। ଭୟଙ୍କର ଶବ୍ଦରେ ହଠାତ୍ ଟଳିପଡ଼ିଲେ ୨ୟ ଶ୍ରେଣୀ ଛାତ୍ରୀ। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବଲରାମପୁର।
ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ। ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ହଜାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ପରେ ରକ୍ତ ନମୁନା ପରୀକ୍ଷା କରାଯାଇଛି ।
ଭୁବନେଶ୍ୱରରେ ସର୍ବାଧିକ ୧୩ ହଜାର ୮୪୪ ଚାଲାଣ କଟିଥିବା ବେଳେ ୧୪୪ ଟି ଗାଡ଼ି ଜବତ ହୋଇଛି । ଦ୍ୱିତୀୟରେ ରହିଛି କଟକ ଜିଲ୍ଲା । କଟକରେ ୧୦ ହଜାର ୮୪୪ ଚାଲାଣ କଟିଥିବା ବେଳେ ୨୯୧ ଗାଡ଼ି ଜବତ ହୋଇଛି ।
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଛି ।
ଦୀର୍ଘ ୧୧ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଆମେରିକାରେ ପହଞ୍ଚିବା ମାତ୍ରେ ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଢଙ୍ଗରେ ତାଙ୍କୁ ସ୍ୱାଗତ କରିଥିଲେ, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
ଦିଲ୍ଲୀରୁ ଉତ୍ତରପ୍ରଦେଶ-ବିହାର ଯାଉଥିବା ସ୍ଲିପର୍ ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଗୁରୁତର ଭାବେ ଜଳିଯାଇଛନ୍ତି।
ନିର୍ବାଚନ କମିସନଙ୍କ ଆଭ୍ୟନ୍ତରୀଣ ମତଭେଦ ଓ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ( ଏସଆଇଆର)ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ରବିଭଲସା ନିକଟରେ ବୁଧବାର ରେଳ ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।