ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ
ପୁରୀ ସ୍ବର୍ଗଦ୍ବାରରେ ଶବ ଦାହ ପାଇଁ କାଠ ନିଅଣ୍ଟ ପଡ଼ୁଛି । ଝାଉଁ ସହ ମିଶାଯାଉଛି ଅନ୍ୟ କାଠ। ଫଳରେ ଶବଦାହରେ ବିଳମ୍ବ ସହ ବଢୁଛି ଧୂଆଁ ଓ ପ୍ରଦୂଷଣ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୁଇଟି ଉଡ୍-ବେସଡ ଚୁଲା ନିର୍ମାଣ ପାଇଁ ପ୍ରଶାସନ ଯୋଜନା କରିଥିବାବେଳେ ପରମ୍ପରା ଓ ଧାର୍ମିକ ଭାବନାକୁ ନେଇ ଉଠିଛି ପ୍ରଶ୍ନ।
