ନେପାଳରେ ପ୍ରଳୟଙ୍କରୀ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୩୦୦ ଟପିଲା, ୨୮୮ ଭାରତୀୟ ନିଖୋଜ
ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି ।
