ନୂଆଁଖାଇ ଲାଗି ଉତ୍ସବ ମୁଖର ଗଡ଼ଜାତ ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି
ଆଜି ଗଡ଼ଜାତରେ ପାଳିତ ହୋଇଯାଇଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ସରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏବେ ବି ଜାରି ରହିଛି ଉତ୍ସବର ମାହୋଲ । କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ପର୍ଯ୍ୟୟକ୍ରମେ ନୂଆଁଖାଇ ପାଳନ କରାଯାଏ । ଆଜି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଗଡ଼ଜାତ ଅଞ୍ଚଳବାସୀ ନୂଆ ଖାଇଛନ୍ତି ।
