ଟିଏମସିର ବିଭାଜନ ପରେ ସଂସଦରେ NDAର ସ୍ଥିତି ମଜବୁତ, ଏନଡିଏର ସଂଖ୍ୟା ୧୪୮ରୁ ବଢ଼ି ୧୫୪ ହୋଇପାରେ
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଏମସିର ବିଭାଜନ ପରେ ସଂସଦରେ NDAର ସ୍ଥିତି ମଜବୁତ। ଏନଡିଏର ସଂଖ୍ୟ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଏମସିର ବିଭାଜନ ପରେ ସଂସଦରେ NDAର ସ୍ଥିତି ମଜବୁତ। ଏନଡିଏର ସଂଖ୍ୟ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କୁ ପୁଣି ଝଟକା । ମୂଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):NEET UG ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । NEET ପର…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋଲିଲା ହର୍ମୁଜ ପ୍ରଣାଳୀ । ପୁଣି ଚାଲିଲା ତୈଳ ଜାହାଜ। ଆମେରିକା-ଇର…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଆମେରିକା-ଇରାନ ଚୁକ୍ତିରେ ଡିଜିଟାଲ ସ୍ବାକ୍ଷର କଲେ ଟ୍ରମ୍ପ । ତେବେ ଆ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇରାନ ସହ ଶାନ୍ତି ଚୁକ୍ତି ପରେ ସାରା ବିଶ୍ବରେ ଏନେଇ ଚର୍ଚ୍ଚା ଜୋର୍ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନସିପିଆଇକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାହିଁକିନା ତୃଣମୂଳ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପୁଲିସର ଏନକାଉଣ୍ଟର ଆଉ କଡ଼ା ଏନଏସଏ ଲାଗୁ ସତ୍ତ୍ବେ ୨୪ ଘଣ୍…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍ ପେପର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ ।…
ଇରାନକୁ ପୁନଃନିର୍ମାଣ ପାଇଁ ଆମେରିକା 300 ବିଲିୟନ ଡଲାର ଦେବ ନାହିଁ। ଶାନ୍ତି ଚୁକ୍ତି ସ୍ୱାକ୍ଷର ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏନେଇ ସ୍ପଷ୍ଟ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଶାନ୍ତି ଚୁକ୍ତିର ଅଂଶ ଭାବରେ ଇରାନକୁ କୌଣସି ଦେୟ ଦେବ ନାହିଁ । ସୋମବାର ଆମେରିକା ଇରାନକୁ 300 ବିଲିୟନ ଡଲାର ଦେବ ବୋଲି ରିପୋର୍ଟ ପ୍ରକାଶ ପାଇଥିବାବେଳେ ଟ୍ରମ୍ପ ଏହାକୁ ଅସ୍ୱୀକାର କରିବା ସହ "ମିଥ୍ୟା ଖବର" ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଭାକିଆ ଗସ୍ତ ଏକ ଐତିହାସିକ ଗୁରୁତ୍ୱ ବହନ କରୁଛି। ଏହାସହ ଦ୍ୱିପାକ୍ଷିକ ସହଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଏହି ସମ୍ପର୍କକୁ ଉଭୟ ଦେଶ ମଧ୍ୟରେ ଏକ 'ବ୍ୟାପକ ସହଭାଗିତା'କୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି।
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିପତ୍ରରେ ଡିଜିଟାଲ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦ ବାଚସ୍ପତି ମହମ୍ମଦ ବଘେର ଗଲିବାଫ । ଆସନ୍ତା ସପ୍ତାହରେ ଏହି ଶାନ୍ତି ଚୁକ୍ତି ଔପଚାରିକ ଭାବେ ସ୍ବାକ୍ଷର ହେବ। କିନ୍ତୁ ଏହା ପୂର୍ବରୁ ଆମେରିକାର ବରିଷ୍ଠ ନେତାମାନେ ମଧ୍ୟ ଏହି ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି।
କାଲିଫର୍ନିଆ(ସତ୍ୟପାଠ ବ୍ୟୁରୋ) ଆମେରିକୀୟ ବାୟୁସେନାର B-52 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଛି। କାଲିଫର୍ନିଆର ଏଡୱାର୍ଡସ୍ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଆମେରିକୀୟ ବାୟୁସେନାର B-52 ଷ୍ଟ୍ରାଟୋଫୋର୍ଟରେସ୍ ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର। ଏଥିପାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରମୁଖ ମାଛଧରା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।
ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ତ୍ରିରାଷ୍ଟ୍ରୀୟ ସିରିଜ ଚାଲିଥିବାବେଳେ ସୁପର୍ ଓଭରରେ ଶ୍ରୀଲଙ୍କା ‘ଏ’ଠାରୁ ହାରିଲା ଭାରତ ‘ଏ’। ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ‘ଏ’ ଦଳ ସୁପର୍ ଓଭରରେ ହାରିଯାଇଛି। ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମୁକାବିଲାରେ ଭାରତୀୟ ଦଳ ୭ ରନ୍ରେ ଘରୋଇ ଶ୍ରୀଲଙ୍କା ‘ଏ’ଠାରୁ ହାରିଯାଇଛି। ନିର୍ଦ୍ଧାରିତ ୫୦ ଓଭର ବେଳେ ଉଭୟ ଦଳ ସମାନ ୨୬୫ ରନ୍ ଲେଖାଏଁ କରି ଟାଇ କରିଥିଲେ।
ଅସୁସ୍ଥତା କାରଣରୁ ବହୁ ଦିନର ନିରବତା ପରେ ପୁଣି ଥରେ ପ୍ରତିଯୋଗିତାକୁ ଓହ୍ଲାଇବେ ଜାଭଲିନ ଥ୍ରୋ ନୀରଜ ଚୋପ୍ରା। ଦୁଇ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପୂର୍ବ ବିଶ୍ବ ବିଜେତା ଜାଭ୍ଲିନ୍ ଫିଙ୍ଗାଳି ଚଳିତ ମାସ ୧୯ ତାରିଖରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିବେ।
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ସହମତି ପ୍ରକାଶ ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଖସିଛି। ଅଶୋଧିତ ତୈଳର ବ୍ୟାରେଲ ପ୍ରତି ୮୨.୮୪ ଡଲାରକୁ ହ୍ରାସ ପାଇଛି। ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ସାରା ବିଶ୍ବ ଦେଖାଯାଇଥିବା ତୈଳ ସଙ୍କଟ ଦୂର ହେବ ବୋଲି କୁହାଯାଉଛି। ଏଥି ସହିତ ବିଶ୍ବର ପ୍ରମୁଖ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେବାର ମଧ୍ୟ ସମ୍ଭାବନା ଦେଖାଦେଇଛି।