ଭାରତୀୟ ଜାହାଜକୁ ରକ୍ଷା କଲା ଆମେରିକା ନୌସେନା
ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ବୁଡ଼ି ଯାଉଥିବାବେଳେ ଆମେରିକା ନୌସେନା ରକ୍ଷା କରିଛି। ଏକ ବଡ଼ ବିପଦ ଟଳି ଯାଇଥିବାବେଳେ ୧୪ ଜଣ ଭାରତୀୟ ନାଗରିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୧୪ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ଜାହାଜ ହଠାତ ବୁଡ଼ିବା ଆରମ୍ଭ କରିଥିଲା। ଏହା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଓ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ଜରୁରିକାଳୀନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
