ମଥୁରା ଗସ୍ତରେ ଯୋଗୀ ଆଦିତ୍ୟନାଥ; ୧୦୫୧ କୋଟିର ପ୍ରକଳ୍ପ ଉପହାର
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିଠାରୁ ଦୁଇ ଦିନିଆ ଗସ୍ତରେ ମଥୁରାରେ ପହଞ୍ଚିଛନ୍ତି । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବ୍ରଜବାସୀ ଏବଂ ସମଗ୍ର ବ୍ରଜ କ୍ଷେତ୍ରକୁ ୧୦୫୧ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉପହାର ପ୍ରଦାନ କରିବେ ।
