ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ, ୨୨ ମୃତ
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନା ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ପାକିସ୍ତାନର ଏୟାର ଷ୍ଟାଇକରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଆବାସିକ ଘରଗୁଡ଼ିକୁ ଟାର୍ଗେଟ କରାଯାଇଛି।
