ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା ସରକାରୀ ବୈଠକରେ ମିଳିବ କୋରାପୁଟ କଫି
ଦିନକୁ ଦିନ ବଢ଼ିବାରେ ଲାଗିଛି କୋରାପୁଟ କଫିର ଚାହିଦା। ଏଣିକି ସରକାରୀ କାର୍ଯ୍ୟକ୍ରମ ହେଉ କି ଉପହାର କିଟରେ ମିଳିବ କୋରାପୁଟ କଫି। ସରକାରୀ ବୈଠକରେ ବି କୋରାପୁଟ କଫିର ସ୍ୱାଦ ପାଇବେ। କୋରାପୁଟ କଫିର ଅଧିକ ପ୍ରଚାର ପ୍ରସାର ପାଇଁ ଏମିତି କିଛି ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସ୍ୱଦେଶୀ ଉତ୍ପାଦ "କୋରାପୁଟ କଫି'ର ପ୍ରଚାର ଓ ପ୍ରସାର ସହ ଏହାକୁ ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ।
