ଛାତ୍ର ସଂସଦ ନିର୍ବାଚନ, କାଲି ନାମାଙ୍କନ ବ୍ୟାସନଗର କଲେଜରେ ଘନ ଘନ ବୋମାମାଡ଼, ଅଶାନ୍ତ କ୍ୟାମ୍ପସ୍
ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କଲେଜ ପରିସର। ଆସନ୍ତାକାଲି ତଥା ଅକ୍ଟୋବର ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। କ୍ୟାମ୍ପସରେ ଶାନ୍ତି ରକ୍ଷା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ଭାବେ ତିନି ଜଣିଆ ସମନ୍ବୟ କମିଟି ଗଠନ ହୋଇଛି।
