କ୍ଵାକ ଡାକ୍ତର ହିଁ ସର୍ବେ ସର୍ବା ! ବେଧଡକ ଚାଲିଛି ବେଆଇନ କ୍ଲିନିକ୍ ଜିଲ୍ଲାରେ ୩୮୨ ଡାକ୍ତର ସ୍ଥାନରେ ଅଛନ୍ତି ୧୪୪
ବେକରେ ନା ପଡ଼ିଛି ଷ୍ଟେଥୋସ୍କୋପ ନା ହାତରେ ଅଛି ଇଞ୍ଜେକସନ। ତଥାପି ଏମାନେ ଡାକ୍ତର। ଘର ଘର ବୁଲି ରୋଗୀଙ୍କୁ ମେଡିସିନ ଦେଉଛନ୍ତି। ଦୁର୍ଗମ ଇଲାକାରେ ଏମାନେ ହିଁ ରୋଗୀଙ୍କ ପାଇଁ ଭଗବାନ ସଦୃଶ। ହେଲେ ଏହି ନକଲି ଡାକ୍ତର ବା କ୍ବାକମାନେ ଭୁଲି ଯାଉଛନ୍ତି, ଏମାନେ ପ୍ରକୃତରେ ଡାକ୍ତର ନୁହଁନ୍ତି। ଚିକିତ୍ସା ନାଁରେ ଭାଣ୍ଡାମି ଚଲାଉ ଥିବା ଅଭିଯୋଗ ହେଉଛି।
