CJPର ପ୍ରତିବାଦ ପୂର୍ବରୁ ପୁଲିସର ଚଢ଼ାଉ: ହୋଟେଲ୍, ଗେଷ୍ଟ ହାଉସରେ ଯାଞ୍ଚ
କାକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ବିଶାଳ ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ବିଭିନ୍ନ ହୋଟେଲ୍, ଗେଷ୍ଟ ହାଉସ, ହଷ୍ଟେଲ୍ ଏବଂ ପେଇଂ ଗେଷ୍ଟ ରହଣିସ୍ଥଳୀଗୁଡ଼ିକରେ ପୁଲିସ ଟିମ୍ ହଠାତ୍ ଚଢ଼ାଉ କରି ପଞ୍ଜୀକରଣ ଖାତା ଯାଞ୍ଚ କରିବା ସହ ସନ୍ଦିଗ୍ଧ ମନେହେଉଥିବା ଅନ୍ତେବାସୀଙ୍କୁ କୋଠରୀ ଭଡ଼ା ନେବାର ଉଦ୍ଦେଶ୍ୟ ଓ ରହଣି ଅବଧି ସମ୍ପର୍କରେ କଡ଼ାକଡ଼ି ଭାବେ ପଚରାଉଚରା କରିଛି।
