କୋଇଲା ବର୍ଜ୍ୟରୁ ତିଆରି ହେବ ମଜବୁତ ରାସ୍ତା; NIT ରାଉରକେଲାର ଗବେଷକଙ୍କ ବଡ଼ ସଫଳତା, ମିଳିଲା ପେଟେଣ୍ଟ
ରାଉରକେଲା: କୋଇଲା ଖଣିରୁ ବାହାରୁଥିବା ବର୍ଜ୍ୟ ଏବେ ରାସ୍ତା ନିର୍ମାଣରେ ଆସିବ କାମରେ। କୋଇଲା ଖଣି ଓ…
ରାଉରକେଲା: କୋଇଲା ଖଣିରୁ ବାହାରୁଥିବା ବର୍ଜ୍ୟ ଏବେ ରାସ୍ତା ନିର୍ମାଣରେ ଆସିବ କାମରେ। କୋଇଲା ଖଣି ଓ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପୋଲିସର ମୁଖ୍ୟ ତଥା ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍…
ନୂଆଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ। ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଆଜିଠୁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡ଼ିଶା ଜଙ୍ଗଲରେ ଦେଖାଯାଇଛି ଓରାଙ୍ଗଉଟାନ ଭଳି ଅଜଣା ଜୀବ। ଗୋଟିଏ କି ୨ଟି ନୁହେଁ ଏକା ସଙ୍ଗରେ ୫ଟି ଓରାଙ୍ଗଉଟାନ ଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ୫ଟି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ ।
ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦୁଷିତ ପାଣି ଯୋଗୁଁ ବିଭିନ୍ନ ଗାଁରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ ଲୋକଙ୍କ ମଧ୍ୟରେ ବ୍ୟାପୁଛି ଜଣ୍ଡିସ ବା ହେପାଟାଇଟିସ ବ୍ୟାପୁଥିବା ଦେଖାଯାଇଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଲୁକେଶ୍ୱରପୁର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର ହୋଇଛନ୍ତି। କାଠଫାଳିଆରେ ତାଙ୍କୁ କେହି ଆକ୍ରମଣ କରିଥିବାବେଳେ ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ, ଆଜି ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ।
କାଠମାଣ୍ଡୁ (ସତ୍ୟପାଠବ୍ୟୁରୋ): ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଆସିଥିବା ଭୟଙ୍କର ବନ୍ୟା ପରେ ସୁନା…
ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍…
ଭୁବନେଶ୍ୱର, ୦୭/୦୯/୨୦୨୬: ଏମଏମଡିଆର ସଂଶୋଧନ ଆକ୍ଟକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି…
ଆରାବଳୀ ପାହାଡ଼ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଲେ ସିଜେଆଇ। ଆରାବଳୀ ପାହାଡ଼ର ସଂଜ୍ଞା ନିରୂପଣ ନେଇ ଗଠିତ ହାଇ ପାୱାର୍ଡ କମିଟି ଉପରେ ଖପ୍ପା ସିଜେଆଇ ସୂର୍ଯ୍ୟକାନ୍ତ । ସମୟସୀମା ବୃଦ୍ଧି ଆବେଦନକୁ ସୁପ୍ରିମକୋର୍ଟଙ୍କ ସିଜେଆଇ ସୂର୍ଯ୍ୟକାନ୍ତ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ ନିରାଶା ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀରେ ଜିଏସଟି କାଉନସିଲର ୫୭ତମ…
ଘର ପରିବାର ଛାଡ଼ି ପେଟକୁ ୨ ମୁଠା ଦାନା ପାଇଁ ଦାଦନ ଖଟିବାକୁ ଯାଇଥିବାବେଳେ, ସେତକ ବି ଦଇବ ସହି ପାରିଲା ନାହିଁ। ଜୀବନକୁ ଜିଇଁବା ଆଗରୁ ମାତ୍ର ୧୯ ବର୍ଷ ବୟସରେ ଚିର ଦିନ ପାଇଁ ଶୋଇ ପଡ଼ିଲେ। ପୁଅର ହସ ହସ ମୁହଁ ଭୁଲି ପାରୁ ନଥିବାବେଳେ ମାଆ ଆଖିରୁ ଶୁଖୁନି ଲୁହ। ମାଆ କୋଳ ଶୂନ୍ୟ କରିଦେଇଛି ରାୟଗଡ଼ ବ୍ଲକ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ।
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କ୍ରିନିଂ ଯୋଗୁଁ ଚିହ୍ନଟ ହେଉଛି ଅଧିକ ମାମଲା। ଜିଲ୍ଲାର କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ମଧ୍ୟ କୁନି କୁନି ଶିଶୁ ମାନେ ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଥିବା ଦେଖାଯାଇଛି। ପ୍ରତି ୧୦୦ ଜଣ ନବଜାତକଙ୍କ ମଧ୍ୟରେ ପ୍ରାୟ ଜଣେରୁ ୨ ଜଣ ଶିଶୁଙ୍କଠାରେ ଜନ୍ମଗତ ହୃଦରୋଗ ବା ଅନ୍ୟାନ୍ୟ ଜନ୍ମଗତ ତ୍ରୁଟି ଦେଖାଯାଉଛି।
ଭରାନଈ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତେଲେନଡିହି ଗାଁ ଲୋକେ। ବାହ୍ୟଜଗତରୁ ଗାଁ ଲୋକେ ଏକପ୍ରକାର ବିଚ୍ଛିନ୍ନ ହୋଇ ରହୁଥିବାବେଳେ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀ ଭରା ନଈରେ ପଶି ଯିବା ଆସିବା କରିଥାନ୍ତି। ଚତୁର୍ଧାରା ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ଚୟନ ଓ ଏମ୍ପ…
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ତିନୋଟି ନୂଆ ବୁଝାମଣା ପତ୍ର (MoU) ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି, ଯେଉଁଥିରେ ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଏୟାର ଡିଫେନ୍ସ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରସଙ୍ଗ ସାମିଲ ରହିଛି।
ରାୟଗଡ଼ା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ଶୁଣାଣି ଶିବିର ଚାଲୁଥିବା ସମୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେମାଦେଇପେଣ୍ଠ ଗାଁର ଏହି ପରିବାର ନିଜର ନ୍ୟାୟ ପାଇଁ ଶିବିରକୁ ଆସିଥିବା ସମୟରେ ଏଭଳି ଚରମ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ। ତେବେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଛି।
ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।