ହାତୀ ଘଉଡ଼ାଇବା ହେଲା କାଳ: ଯୁବକଙ୍କୁ ଦଳି ଦେଲା ଦନ୍ତା
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଡେଙ୍ଗୁଲା ପଞ୍ଚାୟତର କୁଲ୍ଲା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କୁଲ୍ଲା ଗାଁର ହୃଷୀକେଶ ନାୟକ (୪୦)। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଜଙ୍ଗଲରୁ ବାହାରି କୁଲ୍ଲା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରକୁ ପଶି ଆସିଥିଲା। ହାତୀଟି ସ୍କୁଲର ଗୋଦାମ ଘର ଭାଙ୍ଗି ସେଠାରେ ରଖାଯାଇଥିବା ଗହମ ଖାଇ ଉତ୍ପାତ କରିଥିଲା। ଗ୍ରାମବାସୀ ଏହା େଦଖି ଏକତ୍ରିତ ହୋଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।
