ସମିତିସଭ୍ୟଙ୍କୁ ଗୁଳି କରି ହତ୍ୟା
ବରଗଡ଼ ଜିଲ୍ଲା ଆଗଲପୁରର ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବରପାଲି-ଆଗଲପୁର କେନାଲ ରୋଡ୍ରେ ଦୁର୍ବୃତ୍ତମାନେ ଫାୟାରିଂ କରିଥିବା ସୂଚନା ମିଳିଛି।
ବରଗଡ଼ ଜିଲ୍ଲା ଆଗଲପୁରର ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବରପାଲି-ଆଗଲପୁର କେନାଲ ରୋଡ୍ରେ ଦୁର୍ବୃତ୍ତମାନେ ଫାୟାରିଂ କରିଥିବା ସୂଚନା ମିଳିଛି।
ଦୁବାଇ/ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ …
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ସଂଗଠନର ୭ଟି ମୋର୍ଚ୍ଚା ପା…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି …
ଚୀନ୍ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି।
ବିଶ୍ବ ବନ୍ଧୁକଚାଳନା ପାରା କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦକ। ଭାରତୀୟ ବନ୍ଧୁକଚାଳିକା ମୋନା ଅଗ୍ରୱାଲ ରୌପ୍ୟ ଏବଂ ଆଭାନୀ ଲେଖାରା କାଂସ୍ୟ ପଦକ ଜିତିଛନ୍ତି । ମହିଳା ଏସ୍ଏଚ୍୧ ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂ ଇଭେଣ୍ଟରେ ମୋନା ୨୫୦.୦ ପଏଣ୍ଟ ସହ ଦ୍ବିତୀୟ ଏବଂ ଆଭାନୀ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଛନ୍ତି ।
ଶିକ୍ଷାବିତ୍ ତଥା ସାମାଜିକ କର୍ମକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଲଦାଖ ପ୍ରସଙ୍ଗରେ ପୁଣି ଥରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି। ଲଦାଖ ସହ ଜଡିତ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଗୋଟିଏ ସପ୍ତାହ ମଧ୍ୟରେ ପ୍ରତିଶ୍ରୁତି ନ ମିଳିଲେ ସେ ସେପ୍ଟେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆକରି ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।
ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ବସିଲାଣି ଗଁାରୁ ସହର l ନୂଆଁଖାଇ ପାଖେଇ ଆସିଲାଣି ବୋଲି ନବାନ୍ନ ପାଇଁ ନବ ଶସ୍ୟ ବି ଉତ୍ପାଦିତ ହୋଇସାରିଥିବା େବଳେ ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ୱରୀଙ୍କର ମନ୍ଦିରରେ ଧାନ କେଣ୍ଡା ପହଞ୍ଚିଛି। ସମ୍ବଲପୁର ସହର ନିକଟବର୍ତ୍ତୀ ଧନକଉଡ଼ା ବ୍ଲକ ଅନ୍ତର୍ଗତ ବଲଵସପୁର ଗ୍ରାମର ଚାଷୀ ସୁବାଷ ବେହେରାଙ୍କର ପରିବାର ଆଜି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରକୁ ପହଞ୍ଚି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କୁ ଧାନ କେଣ୍ଡା ସହ ଅନ୍ୟ ଭୋଗ ସାମଗ୍ରୀ ହସ୍ତାନ୍ତର କରିଛନ୍ତି l
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ହୋଇଥିବା ଅବ୍ୟବସ୍ଥାର ଗୁମର ଖୋଲି ଦେଇଛି ଅଡିଟ ରିପୋର୍ଟ। ରାୟଗଡ଼ା ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ୧୭୭ ଶିଶୁଙ୍କ ମୃତ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ୍ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋସାଇଟିର ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳ ଧାରଣାରେ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ ଇଞ୍ଜିନ ଧକ୍କାରେ ଏହି ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି। ଖବର ପାଇ ଆରପିଏଫ ଓ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି।
ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ୍ ଶାବକ । ମା’ ସ୍ନେହ ପ୍ରେମରୁ ବଞ୍ଚିତ ଏହି ଶାବକଙ୍କ ସେବାଯତ୍ନରେ ଯେପରି କୌଣସି ଅବହେଳା ନହୁଏ ସେଥି ପ୍ରତି ଯତ୍ନଶୀଳ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ଵର ଜିଲ୍ଲା ସୀମା ପଣିଶାପଡା ହାଟରେ ଜଙ୍ଗଲୀ ଦନ୍ତାହାତୀ ପଶିଥିବା ଦେଖିବାକୁ ମିଳିଛି। ତେବେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି ।
ଫିଲିପାଇନ୍ସର ପାଲାୱାନ୍ ପ୍ରଦେଶ ନିକଟରେ ଏକ ଫେରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ପରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮୭ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।
ନଭେମ୍ବରରେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ନିଜର ଲୋକପ୍ରିୟତା ହ୍ରାସ ପାଉଥିବାବେଳେ ଭୋଟରମାନଙ୍କୁ ହାତେଇବା ପାଇଁ ଉପହାରର ବଡ଼ ଥୋପ ପକାଇଛନ୍ତି ।
ରାଜଧାନୀ ଦିଲ୍ଲୀ ଏକ ଐତିହାସିକ ବ୍ରିକ୍ସ ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଅବସରରେ ସହରର ପ୍ରମୁଖ ରାସ୍ତା ଓ ବ୍ୟସ୍ତବହୁଳ ଅଞ୍ଚଳଗୁଡ଼ିକୁ ଆକର୍ଷକ ପୋଷ୍ଟର, ହୋର୍ଡିଂ ଏବଂ ରଙ୍ଗବେରଙ୍ଗର ଲାଇଟ୍ରେ ସଜ୍ଜିତ କରାଯାଇଛି ।
ଦେଶର ପ୍ରସିଦ୍ଧ ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ, ଭାରତ ରତ୍ନ ପୁରସ୍କାରପ୍ରାପ୍ତ ପ୍ରଫେସର ସିଏନଆର ରାଓଙ୍କୁ ଏବେ ତାଙ୍କ ପରିଚୟ ପ୍ରମାଣିତ କରିବା ପାଇଁ ଏକ ଶୁଣାଣିରେ ଉପସ୍ଥିତ ହେବାକୁ କୁହାଯାଇଛି ।
ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ତାଙ୍କୁ ପଳାତକ ବୋଲି ଆଖ୍ୟା ଦିଆଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି।