ଆସାମରେ ଭୂକମ୍ପ ଝଟକା
ସକାଳୁ ସକାଳୁ ଭୂକମ୍ପରେ ଥରିଉଠିଲା ଆସାମ। ଆଜି ଭୋର ସମୟରେ ଆସାମର ନଗାଓଁ ଜିଲ୍ଲାରେ ୪.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିବାନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଦେଇଛି। ଭାରତୀୟ ସମୟ ଅନୁସାରେ ଭୋର ୪ଟା ୨୩ ମିନିଟ୍ ୪୭ ସେକେଣ୍ଡରେ ଏହି ଭୂକମ୍ପ ହୋଇଥିଲା। ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୩ କିଲୋମିଟର ତଳେ ଥିଲା।
