ଭାରତୀୟ ହକି ଜର୍ସିର ରଙ୍ଗ ବଦଳକୁ ନେଇ ରାଜନୈତିକ ଝଡ଼: ବିଜେପି ସରକାରଙ୍କୁ ନବୀନ ଓ ପ୍ରିୟଙ୍କାଙ୍କ ତୀବ୍ର ଆକ୍ରମଣ
ଭୁବନେଶ୍ୱର: ଭାରତୀୟ ହକି ଦଳର ଆଇକନିକ୍ 'ନୀଳ' (Blue) ଜର୍ସିକୁ ହଟାଇ ଗେରୁଆ (Saffron) ରଙ୍ଗର ଜର…
ଭୁବନେଶ୍ୱର: ଭାରତୀୟ ହକି ଦଳର ଆଇକନିକ୍ 'ନୀଳ' (Blue) ଜର୍ସିକୁ ହଟାଇ ଗେରୁଆ (Saffron) ରଙ୍ଗର ଜର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଆରମ୍ଭ …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶସାରା ମୁଣ୍ଡ ଟେକିଥିବା ଆନ୍ଦୋ…
ଭୁବନେଶ୍ୱର, ୨୯/୦୭/୨୦୨୬: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ…
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଏହାରି ଭିତରେ ଖରାସ୍ରୋତା ନଦୀରେ ଗାଧୋଇବାବେଳେ କୁମ୍ଭୀର ଜଣଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି।
ସୁନ୍ଦରଗଡ଼ କୋଇଡ଼ାରେ ଲଜ୍ଜା। ବାହୁଡ଼ା ଯାତ୍ରା ଦେଖି ଫେରିବାବେଳେ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୪ ତାରିଖରେ ଘଟିଛି ଏ ଲଜନକ ଘଟଣା ।
ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କଥାକୁ ନେଇ ବାପାର ଜୀବନ ନେଇଛି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଧୂଦିପାଲି ଗ୍ରାମ ପଂଚାୟତ ମାନପାଲି ଗ୍ରାମରେ। ମୃତକ ହେଲେ ଧନେଶ୍ୱର ଭୋଇ (୬୫)। ସୂଚନା ଅନୁଯାୟୀ, ଗତ ରାତିରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।
ଗାଁକୁ ବିକାଶ କରିବାର ଏକ ମାତ୍ର ମାଧ୍ୟମ ରାସ୍ତା। ଗାଁ ବିକାଶ ହେଲେ ଦେଶ ବିକାଶ ହେବ। ଏମିତି କେତେ କଣ ସ୍ଲୋଗାନ ଦେଉଛନ୍ତି ସରକାର। ଆଉ ଗାଁର ବିକାଶ ପାଇଁ ସରକାର ବି ଅନେକ ଯୋଜନା ହାତକୁ ନେଉଛନ୍ତି। ହେଲେ ପ୍ରଶାସନିକ ଅପାରଗତା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ପକ୍କା ରାସ୍ତାଟିଏ ସ୍ବପ୍ନ ପାଲଟିଛି। ମଶାଣିକୁ ଯିବାକୁ ରାସ୍ତା ନାହିଁ ।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ ଭାରତକୁ ସଫଳତା। ଭାରତୀୟ ରାଇଫଲ ସୁଟର୍ ସୋନମ ଉତ୍ତମ ମାସ୍କର ଓ ହିମାଂଶୁ ଧିଲନ ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି। ହାଙ୍ଗ୍ଝୌରେ ଚାଲିଥିବା ଏହି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଏହି ଯୋଡ଼ି ତୃତୀୟ ସ୍ଥାନରେ ରହିଥିଲେ।
ଆହତ ପୋଲିସଙ୍କୁ ନ୍ୟାୟ ଦାବିରେ ଧାରଣା ଦେବା ପାଇଁ ଅଣ୍ଟା ଭିଡ଼ିେଲଣି ପୋଲିସ ମହାସଂଘ। ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା ପାଇଁ ପୁଲିସ କମିସନରଙ୍କୁ ଚିଠି ଲେଖି ଅନୁମତି ମାଗିଛି।
ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭବେଳେ, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା।
ଛାତ୍ର ଆନ୍ଦୋଳନରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁକ୍ଷ୍ୟ । ସମସ୍ତଙ୍କର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ଅଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଦେଶରେ ନିଟ୍ ପେପର ଲିକ୍କୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବର୍ତ୍ତମାନ ତାହା ଥମିଯାଇଛି।
ଦେଶବ୍ୟାପୀ ନିଟ୍ ସହ ବିଭିନ୍ନ ସାର୍ବଜନୀନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ସାରା ଦେଶରେ ଛାତ୍ର ଅସନ୍ତୋଷ ବଢ଼ିଥିବାବେଳେ ଏହାରି ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ ।
ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ୁଲାଣି ମାଓ ଗଡ଼। କାଁ ଭାଁ କେଉଁଠି ଛପି ଥିଲେ, ସେମାନେ ବି ମୁଖ୍ୟସ୍ରୋତରେ ସାମିଲ ପାଇଁ ଆଗେଇ ଆସୁଛନ୍ତି। ଦେଶକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବା କେନ୍ଦ୍ର ସରକାରଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ) ସହ ଜଡିତ ୧୮ ଜଣ ନକ୍ସଲ ହିଂସାର ପଥ ଛାଡ଼ି ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କହିଛନ୍ତି, ରାଜ୍ୟରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି ରହିଛି ।
ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଛନ୍ତି। ୫ ବର୍ଷ ପରେ ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ଡିଏଫଓ।