ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଆଦାୟ ଘଟଣାରେ ୫ ଗିରଫ
ନକଲି ଗୁମାସ୍ତା ସାଜି ଠାକୁରଙ୍କୁ ଦର୍ଶନ କରାଇବା ବାହାନାରେ ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଟଙ୍କା ମାଗିବା, ଟଙ୍କା ନମିଳିବାରୁ ଗାଳିଗୁଲଜ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ୫ ନକଲି ଗୁମାସ୍ତାକୁ ଗିରଫ କରିଛି ।
ନକଲି ଗୁମାସ୍ତା ସାଜି ଠାକୁରଙ୍କୁ ଦର୍ଶନ କରାଇବା ବାହାନାରେ ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଟଙ୍କା ମାଗିବା, ଟଙ୍କା ନମିଳିବାରୁ ଗାଳିଗୁଲଜ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ୫ ନକଲି ଗୁମାସ୍ତାକୁ ଗିରଫ କରିଛି ।
ଭୁବନେଶ୍ବର() ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ADG ଦୟାଲ ଗଙ୍ଗୱାରଙ୍କ କଳା କାରନାମା। କ୍ରାଇମବ୍ରାଞ୍ଚ ରିପୋର୍ଟ ଅଧାରରେ ପୋଲିସ ଡିଜି ଗୃହ ବିଭାଗକୁ ଦେଇଥିବା କନଫିଡେନସିଆଲ୍ ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ। ଦୟାଲ ଗଙ୍ଗୱାରଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି, ଗଙ୍ଗୱାର ନିଜ ଘରେ ମୃତ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ୮ କନେଷ୍ଟବଳଙ୍କୁ କାମ କରାଉଥିଲେ।
ବାଟବଣା ହୋଇଛି ମୌସୁମୀ। ଧୀରେ ଧୀରେ ଦୁର୍ବଳ ହୋଇପଡ଼ୁଥିବାବେଳେ ବର୍ଷାର ଦେଖା ନାହିଁ। ସାରା ଭାରତରେ ମରୁଡ଼ି ଅବସ୍ଥା ଦେଖା ଦେଇଥିବାବେଳେ ଖରିଫ ଚାଷ ନେଇ ଚିନ୍ତାରେ ଚାଷୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଦେଶର ବିଭିନ୍ନ ଭାଗରେ ପହଞ୍ଚି ପାରିନାହିଁ।
କଂଗ୍ରେସ ନେତା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ। ୫୬ ବର୍ଷରେ ପଦାର୍ପଣ କରିଛନ୍ତି ରାହୁଲ ଗାନ୍ଧୀ। ଏହି ଅବସରରେ କଂଗ୍ରେସ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ୍ ୧୯୭୦ରେ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ହୋଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ପୁଅ ।
ଅନ୍ତର୍ଜାତୀୟ ସ୍ତରରେ ଭାରତର ଏକ ବଡ଼ ସଫଳତା। ଭାରତୀୟ ପ୍ରାର୍ଥୀ ପ୍ରଫେସର ଡକ୍ଟର ବିମଲ ଏନ. ପଟେଲଙ୍କୁ ଇଣ୍ଟରନ୍ୟାସନାଲ ଟ୍ରିବ୍ୟୁନାଲ ଫର୍ ଦି ଲ ଅଫ୍ ଦି ସି (ଆଇଟିଏଲଓଏସ)ର ବିଚାରପତି ଭାବରେ ନିର୍ବାଚିତ କରାଯାଇଛି। ସେ ୨୦୨୬ରୁ ୨୦୩୫ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଏହି ସଫଳତା ନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବାଲିଅନ୍ତା ଲିଞ୍ଚିଂରେ କାହାର ବିଫଳତା? ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ଦ୍ଧାରଣର କଥା କହିଥିଲ…
ଜାତିସଂଘରେ ପାକିସ୍ତାନକୁ କଟୁ ସମାଲୋଚନା କରିଛି ଭାରତ। ମିଳିତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଭାରତ। ଏହାସହିତ ଭାରତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ଆଜିର ସମୟରେ ପୁରୁଣା ଏବଂ ଅଦରକାରୀ ବୋଲି କହିଛି। ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନର ଅଭିଯୋଗ ଉପରେ କଡା ଜବାବ ଦେଇଛନ୍ତି ଭାରତର ପ୍ରଥମ ସଚିବ ଅନୁପମା ସିଂହ।
ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଗୁରୁବାର ଓ ଶୁକ୍ରବାର ରାତିରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଲେବାନନ୍ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନ୍ ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ହିଜବୁଲ୍ଲା ଅଞ୍ଚଳରେ ତୀବ୍ର ସଂଘର୍ଷ ରିପୋର୍ଟ ପରେ ଏହାର ସେନା ରାତିସାରା ଦକ୍ଷିଣ ଲେବାନନରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆଉ ୩ କୋଟି ରାସନ୍ କାର୍ଡ ଜାରି ହୋଇପାରେ। କେତେକ ରାଜ୍ୟ ସରକାର ପିଡିଏସ୍ ତାଲିକାରୁ ୨.୨୧ କୋଟି ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଇ ଦେବା
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ସିଜେପି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଭିତରେ ୧୧ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିବା ଘଟଣା ସାରା ଦେଶକୁ ଚକିତ କରିଦେଇଛି।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆଜି ସକାଳୁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ଫାର୍ମ ହାଉସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି।
ଜୟପୁର (ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍…
ମୌସୁମୀର ଲୁଚକାଳି ଖେଳ ଭିତରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି। ବର୍ତ୍ତମାନ ମୌସୁମୀ ଦୁର୍ବଳ ସ୍ଥିତିରେ ଥିବାବେଳେ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ହିଟଓ୍ବେଭକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି।
ମସ୍କୋ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ହମଲାରେ ଥରିଲା ରୁଷ ରାଜଧାନୀ ମସ୍କୋ। ୟୁକ୍ରେନ ମସ୍କୋର ଏକ ତୈଳ…
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ଗୃହରେ ପଲ୍ଲା ଭାରି କରିବା ପାଇଁ ଧୀରେ ଧୀରେ ବଳ ଗୋଟାଉଛି ଏନଡିଏ। …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍ପେଣ୍ଡ୍। ସସ୍ପେଣ୍ଡ୍ ନେଇ ନିର…
ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା। ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ଚାକିରି ବହିଷ୍କୃତ କରିଛନ୍ତି। ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି।
ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ମର୍ଦାନ ଜିଲ୍ଲାର ବାବୁ ମୋହଲ୍ଲାରେ ଥିବା ଏକ ଗୁରୁଦ୍ୱାର ପରିସରରେ ଜଣେ ବୃଦ୍ଧ ଶିଖ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯାହାକୁ ନେଇ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।