ନକଲି ରେଳ କର୍ମଚାରୀ ସାଜି ମୋବାଇଲ ଚୋରି ଅଭିଯୁକ୍ତ ଗିରଫ, ୧୨ ଟି ମୋବାଇଲ ଜବତ
ହାତରେ ସବୁଜ ଓ ଲାଲ ପତାକା। ଯିଏ ଦେଖିଲେ ବି ଭାବିବ ରେଳ କର୍ମଚାରୀ। ହେଲେ ନକଲି ରେଳ କର୍ମଚାରୀ ସାଜି ଯାତ୍ରୀଙ୍କଠାରୁ ମୋବାଇଲ ଲୁଟ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ନକଲି ରେଳ କର୍ମଚାରୀଙ୍କୁ ଗିରଫ କରିଛି ସମ୍ବଲପୁର ଜିଆରପି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ତୋରା ଗ୍ରାମର ଦିନେଶ ନାଗ l ଅଭିଯୁକ୍ତ ଦିନେଶ ରେଳ ବିଭାଗର ନକଲି ପରିଚୟ ପତ୍ର, ୟୁନିଫର୍ମ ଓ ଲାଲ-ସବୁଜ ପତାକା ବ୍ୟବହାର କରି ଯାତ୍ରୀଙ୍କୁ ଭ୍ରମିତ କରି ମୋବାଇଲ ଲୁଟୁଥିଲା l
