ରଖେ ହରି ମାରେ କିଏ… ହାର ମାନିଲା ମୃତ୍ୟୁ ଅନ୍ତବୁଜୁଳା ଧରି ଦୌଡ଼ିଲେ ଦେଢ଼ କିମି
ରଖେ ହରି ମାରେ କିଏ। ଦୃଢ଼ ମନୋବଳ ଯୋଗୁଁ ମୃତ୍ୟୁ ବି ଆଜି ହାର ମାନିଛି। ସ୍କୁଲ ଗଲା ବେଳେ ସାଇକେଲରୁ ଗଳି ପଡ଼ିଲା ପଞ୍ଚମ ଛାତ୍ର। ପେଟରେ ପଶିଗଲା ଧାରୁଆ ପଦାର୍ଥ, ବାହାରି ପଡ଼ିଲା ଅନ୍ତବୁଜୁଳା। ଅନ୍ତବୁଜୁଳା ଧରି ଦେଢ଼ କିଲୋମିଟର ଘରକୁ ଦୌଡ଼ିଲା ବାଳକ। ଏଭଳି ଲୋମଟାଙ୍କୁଟା ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ସାନ ଆଇଜିପଲି ଗାଁରେ।
