ବେଆଇନ୍ ସ୍କୁଲ ବସ୍ ଉପରେ ଆକ୍ସନ୍
ସ୍କୁଲ ବସ୍ ଚଳାଚଳରେ ବେଆଇନ୍ କାରବାର । ଚଢ଼ଉ କରି ୩ଟି ବସ୍ ଜବତ କଲା କଟକ ପରିବହନ ବିଭାଗ। ସକାଳୁ ସକାଳୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଜାତମୁଣ୍ଡିଆ ଛକରେ ଏହି ବସ୍ଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା । କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ୍ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଏହି ଚଢ଼ଉ କରିଥିଲେ।
