ବରଗଡ଼ରୁ ମହାକାଶ… ଇସ୍ରୋର ‘ବିକ୍ରମ’ ଟିମ୍ରେ ଓଡ଼ିଆ ପୁଅ ଶିଭମ
ମହାକାଶରେ ନୂଆ ଇତିହାସ ରଚିଲା ଭାରତ। ସଫଳ ହେଲା 'ବିକ୍ରମ-ଏସ୍' ରକେଟ ଉତକ୍ଷେପଣ । ତେବେ ଏହି ସଫଳତା ପଛରେ ବହୁ ବୈଜ୍ଞାନିକଙ୍କ ହାତ ରହିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଜଣେ ଓଡ଼ିଆ ପୁଅ। ବରଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଯୁବ ବୈଜ୍ଞାନିକ ଇଂ.ଶିଭମ ଆର୍ଯ୍ୟନ ବାଗଙ୍କ ସମ୍ପୃକ୍ତି ବରଗଡ଼ବାସୀଙ୍କୁ ବେଶ ଆହ୍ଲାଦିତ କରିଛି।
