ମାଗଣା ଚିକିତ୍ସା ନାଁରେ ଠକେଇ ! ଆୟୁଷ୍ମାନ କାର୍ଡରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
ମାଗଣା ଚିକିତ୍ସାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଠକେଇ କରାଯାଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାତରୋଗ ଓ ହାର୍ନିଆ ଚିକିତ୍ସା କରାଇବାର ପ୍ରତିଶ୍ରୁତି ଦେଇ କିଛି ବୃଦ୍ଧବୃଦ୍ଧାଙ୍କୁ କଟକ ଜିଲ୍ଲା ଆଠଗଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ସେମାନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଛି।
