ନେପାଳ ବନ୍ୟାର ପ୍ରଭାବ; ସୋନୌଲି ସୀମାରେ ୧୬ କିମି ଲମ୍ବା ଟ୍ରକ୍ ଧାଡ଼ି
କୁଶୀନଗର(ସତ୍ୟପାଠବ୍ୟୁରୋ): ନେପାଳ ବନ୍ୟା ବିଭୀଷିକାର ପ୍ରଭାବ ଏବେ ଭାରତ-ନେପାଳ ବାଣିଜ୍ୟ ଉପରେ ପ…
କୁଶୀନଗର(ସତ୍ୟପାଠବ୍ୟୁରୋ): ନେପାଳ ବନ୍ୟା ବିଭୀଷିକାର ପ୍ରଭାବ ଏବେ ଭାରତ-ନେପାଳ ବାଣିଜ୍ୟ ଉପରେ ପ…
ପାରାଦୀପ(ସତ୍ୟପାଠବ୍ୟୁରୋ)- ସେଦିନ ଥିଲା ଅଗଷ୍ଟ ୨୧, ଶୁକ୍ରବାର। ସବୁ ଠିକଠାକ୍ ଚାଲିଥିଲା। ପାରାଦୀପ…
ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍କୁ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଡାଇମଣ୍ଡ ଲିଗ୍ ଫାଇନାଲ୍ ଆସନ୍ତା ମାସ ୪ ଓ ୫ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ହେବ। ୨ ଥରର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚଳିତ ଋତୁରେ ୨ ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିଛନ୍ତି। ଦୋହାରେ ଜୁନ୍ ୧୯ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ସେ ୮୫.୬୯ ମିଟର ଜାଭ୍ଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ
ବେକରେ ନା ପଡ଼ିଛି ଷ୍ଟେଥୋସ୍କୋପ ନା ହାତରେ ଅଛି ଇଞ୍ଜେକସନ। ତଥାପି ଏମାନେ ଡାକ୍ତର। ଘର ଘର ବୁଲି ରୋଗୀଙ୍କୁ ମେଡିସିନ ଦେଉଛନ୍ତି। ଦୁର୍ଗମ ଇଲାକାରେ ଏମାନେ ହିଁ ରୋଗୀଙ୍କ ପାଇଁ ଭଗବାନ ସଦୃଶ। ହେଲେ ଏହି ନକଲି ଡାକ୍ତର ବା କ୍ବାକମାନେ ଭୁଲି ଯାଉଛନ୍ତି, ଏମାନେ ପ୍ରକୃତରେ ଡାକ୍ତର ନୁହଁନ୍ତି। ଚିକିତ୍ସା ନାଁରେ ଭାଣ୍ଡାମି ଚଲାଉ ଥିବା ଅଭିଯୋଗ ହେଉଛି।
ଚେସ୍ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍ ଟୁର୍ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍. ପ୍ରଜ୍ଞାନନ୍ଦା । ଡିଫେଣ୍ଡିଂ ଚାମ୍ପିଅନ୍ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍ବ୍ୟାକ୍ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ।
ନେପାଳ ବନ୍ୟା ବିଭୀଷିକାରେ ସବୁ କିଛି ଛାରଖାର ହୋଇଯାଇଛି। ମାଟି ତଳୁ ଖୋଜୁଛନ୍ତି ପରିଜନଙ୍କ ମୃତଦେହ। ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବାବେଳେ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ପ୍ରଳୟ ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧୫ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି ।
ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି ।
ରାଜ୍ୟରେ ପାଖାପାଖି ୨୦ ଲକ୍ଷ ଗାଡ଼ିର ଆରସି ବାତିଲ ହୋଇଛି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନୀତି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଟାଣି ନେଇଛି। ନୂଆ ନିୟମରେ ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି। ଗାଡ଼ି ଉତ୍ପାଦନ କାରୀଙ୍କ କମ୍ପାନୀ ମାଲାମାଲ ହେବ ବୋଲି ଚର୍ଚ୍ଚା ହେଉଛି।
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରକୃତିର ତାଣ୍ଡବରେ ନୟାନ୍ତ ନେପାଳ। ଭୟଙ୍କର ବନ୍ୟା ଯୋଗୁ ଭାଙ୍ଗିଯ…
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ।
ମୁଁ ଆଜି ଅଲୋଡ଼ା। ଦିନ ଥିଲା ମାଲିକର ବୋଝ ବୋହୁ ଥିଲି, ଆଜି ମୁଁ ନିଜେ ମାଲିକ ପାଇଁ େବାଝ ପାଲଟିଛି। ବୁଢ଼ା େହାଇଗଲି ବୋଲି ମାଲିକ ମତେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା। ହେଲେ ମୋର ଏତିକିରେ ଦୁଃଖ ସରି ନଥିଲା। ରାସ୍ତାରେ ଅସହାୟ ଅବସ୍ଥାରେ ବୁଲୁଥିବା େବଳେ ଗୋଡ଼ ଉପରେ ମାଡ଼ିଗଲା ଗାଡ଼ି। ଏବେ ଭଙ୍ଗା ଗୋଡ଼ରେ ଯନ୍ତ୍ରଣାରେ ଛଟପଟ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛି।
ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କାବେରୀ ପେଣ୍ଟସ (ରଙ୍ଗ) କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ସଟ୍ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କାରଖାନାରେ ରଙ୍ଗ ଓ ଇଥାନଲ ଭଳି ଦହନଶୀଳ ସାମଗ୍ରୀ ରହିଥିବାରୁ ନିଆଁ ଖୁବ୍ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା।
ଓଡ଼ିଶାର ପାରମ୍ପରିକ ଖାଦ୍ୟର ସ୍ୱତନ୍ତ୍ର ପରିଚୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ରାଜ୍ୟର ୬ଟି ପ୍ରସିଦ୍ଧ ଖାଦ୍ୟକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ଚାଲିଛି ପ୍ରକ୍ରିୟା। ଏହି ମାନ୍ୟତା ମିଳିଲେ ଓଡ଼ିଆ ଖାଦ୍ୟର ପାରମ୍ପରିକତା, ସ୍ୱାଦ ଓ ସ୍ଥାନୀୟ ପରିଚୟକୁ ମିଳିବ ନୂଆ ସ୍ୱୀକୃତି। ରାଜ୍ୟର ୬ଟି ପାରମ୍ପରିକ ଖାଦ୍ୟ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ମାନ୍ୟତା ପାଇବା ଦୌଡ଼ରେ ସାମିଲ ହୋଇଛି।
ପାଟ୍ରୋଲିଂ ସମୟରେ ପୋଲିସ ଓ ଡକାୟତ ଦଳ ମୁହାଁମୁହିଁ। ଡକାୟତି ଦଳ ଫିଲ୍ମି ଷ୍ଟାଇଲ୍ରେ ହାଇଡ୍ରାମା କରିଥିବାବେଳେ ପାଟ୍ରୋଲିଂ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ବୋରିଗୁମ୍ମା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଏକ ସନ୍ଦେହଜନକ ଡକାୟତି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା ।
ଫୁଲୁଛି ହୀରାକୁଦ ଜଳଭଣ୍ଡାର। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳଭଣ୍ଡାରର ୧୬ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି।
କଟକରେ ଆକ୍ସନ, େକାରାପୁଟରେ ପ୍ରଭାବ। ରାଜ୍ୟରେ ନକଲି ଅପମିଶ୍ରିତ ଓ ନିମ୍ନମାନର ପନିର ବିକ୍ରି ବିରୋଧରେ ପ୍ରଶାସନର କଡ଼ା ଆଭିମୁଖ୍ୟର ପ୍ରଭାବ ସିଧାସଳଖ କୋରାପୁଟରେ ଦେଖିବାକୁ ମିଳିଛି। ବିରି ମାଡ଼ ଦେଖି କୋଲଥ ଚେପା ଭଳି ପରିସ୍ଥିତିରେ ବାହାର ରାଜ୍ୟରୁ କୋରାପୁଟକୁ ଆସୁଥିବା ପନିର ଯୋଗାଣ ଗତ ତିନି ଦିନ ହେଲା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଆଦିବାସୀଙ୍କ ନାଁ ନେଇ ନିର୍ବାଚନ ହେଉଛି, ନେତା, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ମଧ୍ୟ ଆଦିବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି େଦଇ ନିର୍ବାଚିତ ମଧ୍ୟ ହେଉଛନ୍ତି। ହେଲେ ଥରେ ଆସନ ହାସଲ କରି ସାରିବା ପରେ ସବୁ କିଛି ଭୁଲି ଯାଆନ୍ତି। ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟି ଯାଏ।
ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଶହ ଶହ ତ୍ରୁଟି ଚିହ୍ନଟ ହେବା ପରେ ସାରା ରାଜ୍ୟରେ ତେଜିଥିଲା ବିବାଦ। ଇତି ମଧ୍ୟରେ ସାଢେ ୩ ମାସ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ମିଳିନି ତ୍ରୁଟିଶୂନ୍ୟ ନୂଆ ବହି । ଏବେ ବି ପିଲା ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ । ଆଗକୁ ଷାଣ୍ମାସିକ ପରୀକ୍ଷା ଥିବାବେଳେ କେଉଁ ବହିକୁ ଆଧାର କରି ଉତ୍ତର ଲେଖିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପିଲା, ଅଭିଭାବକ ଓ ଶିକ୍ଷକ।