ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଲା ଜିଓ-ବିପି
ନାୟରା ଏନର୍ଜି ପରେ ଆଉ ଏକ ପ୍ରାଇଭେଟ୍ ଫୁଏଲ୍ କମ୍ପାନୀ ତେଲ ଦର ବୃଦ୍ଧି କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା 'ଜିଓ-ବିପି' ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି। ହରିୟାଣାରେ ଜିଓ-ବିପି ଆଉଟଲେଟ୍ଗୁଡ଼ିକରେ ପେଟ୍ରୋଲ ପ୍ରାୟ ୧୦୯.୮୦ ଟଙ୍କା ଏବଂ ଡିଜେଲ ୯୭.୭୫ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି।
