ମହାରାଷ୍ଟ୍ରର ସବୁ ସ୍କୁଲରେ ପ୍ରଥମ-ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ବାଧ୍ୟତାମୂଳକ
ମହାରାଷ୍ଟ୍ରର ସବୁ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ବାଧ୍ୟତାମୂଳକ କରାଯାଇଛି। ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଦାଦା ଭୁସେ ସୋମବାର ଘୋଷଣା କରିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ଏକ ବାଧ୍ୟତାମୂଳକ ବିଷୟ ହେବ। ସେ କହିଛନ୍ତି ଯେ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
