ବାଲେଶ୍ବରରେ ବଡ଼ ଧରଣର ଏଟିଏମ୍ ଲୁଟ୍: ମେସିନ୍ ତାଡ଼ି ଟାଣି ନେଲେ
ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ। ତାହା ପୁଣି ଏକ ଥାର ଗାଡ଼ି ପୁରା ଏଟିଏମ ମେସିନକୁ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ। ଦୁର୍ବୃତ୍ତମାନେ ଗୋଟିଏ କଳା ରଙ୍ଗର 'ମହିନ୍ଦ୍ରା ଥାର' ଗାଡ଼ି ସାହାଯ୍ୟରେ 'ଇଣ୍ଡିଆ ୱାନ' ଏଟିଏମ୍ ମେସିନକୁ ଉପାଡ଼ି ନେଇଛନ୍ତି ।
