ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ୫ମ କିସ୍ତି, ୨୦୨୬-୨୭ ରେ ୩ ଲକ୍ଷ ନୂଆ ଆବେଦନକାରୀ
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି। ଟଙ୍କା ବିତରଣକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି। ଟଙ୍କା ବିତରଣକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।
ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ପ୍ରଭୁ ଧିରେ ଧିରେ ସୁସ୍ଥତା ଲାଭ କରୁଥିବାର ବିଶ୍ୱାସ ଦଇତାପତିଙ୍କ ମନରେ ଆସିଥାଏ ।
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ୭,୦୦୦ କୋଟି ବ୍ୟୟର ମହତ୍ୱାକାଂକ୍ଷୀ "ମିସିଂ ଲିଙ୍କ୍" ପ୍ରକଳ୍ପର ନୂତନ ରାସ୍ତାରେ ପ୍ରଥମ ବର୍ଷାରେ ହିଁ ଭୂସ୍ଖଳନ ଘଟିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।
ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଏକ ବିବାହ ମଣ୍ଡପରେ ହତ୍ୟାକାଣ୍ଡ ହୋଇଛି। ବୁଧବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଲକ୍ଷ୍ମୀପୁରମ ସର୍କଲ ନିକଟସ୍ଥ ଶ୍ରୀ ପଦ୍ମାବତୀ କଲ୍ୟାଣ ମଣ୍ଡପରେ ଦୁଇ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ମୃତକମାନେ ହେଉଛନ୍ତି ମୁନିରଥନମ୍ (୫୦) ଓ ବର୍ଷୀୟ ମଣିକଣ୍ଠ(୪୨)।
ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ଓୟୁଏଟି ପରିସରରେ ଆୟୋଜିତ ଡିପ ସି’ ଫିସିଂ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି।
ବାଜିଲା ସାଇରନ୍ । ପ୍ରଥମେ ଖୋଲିଲା ହୀରାକୁଦର ୭ ନମ୍ବର ସ୍ଲୁଇସ୍ ଗେଟ୍। ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା ।
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ହେଉଛି। ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏସଆଇଆରରେ ନାଁ କଟିବା ପରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଯାଇଛି। ତେବେ ଲୋକଙ୍କ ଭିତରେ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି, ଯୋଗ୍ୟ ଭୋଟରଙ୍କୁ ଦିଆଯିବନି ବାଦ। ଲୋକଙ୍କର ଆପତ୍ତି ଓ ଅଭିଯୋଗ ଶୁଣାଯାଉଛି। ଅଗଷ୍ଟ ୪ ପର୍ଯ୍ୟନ୍ତ ଆବେଦନ କରିହେବ।
କମବ୍ୟାକ କରିଛି ଭାରତୀୟ ସେୟାର ବଜାର। ବୁଧବାର ସେୟାର ବଜାରରେ ଅହେତୁକ ପତନ ପରେ ଗୁରୁବାର ହଠାତ ଭାରତୀୟ ଷ୍ଟକ୍ ମାର୍କେଟ୍ ଉନ୍ନତି କରିଛି । ଆଜି ସକାଳେ କାରବାର ଆରମ୍ଭରୁ ସେନ୍ସେକ୍ସ ପ୍ରାୟ ୫୧୬ ପଏଣ୍ଟ୍ ବଢ଼ିଛି ଏବଂ ନିଫ୍ଟି ପୁଣି ୨୪,୦୦୦ ପାର କରିଛି।
ଶସ୍ତା ହେବ ବ୍ରିଟେନରୁ ଆମଦାନୀ ସାମଗ୍ରୀ। ଆଉ ୭ ଦିନ ପରେ ଲାଗୁ ହେବ ଭାରତ-ବ୍ରିଟେନ ଏଫ୍ଟିଏ। ଆସନ୍ତା ୧୫ ଜୁଲାଇରୁ ଲାଗୁ ହେବାକୁ ଯାଉଛି ଭାରତ ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି । ଏହା ପରେ ଭାରତ ପ୍ରସ୍ତୁତ କରୁଥିବା ୯୦% ସାମଗ୍ରୀ ବିଟ୍ରେନକୁ ଶୂନ ଟାରିଫରେ ରପ୍ତାନି ହେବ ।
ପ୍ରାକୃତିକ ବିପର୍ଯ୍ୟରେ କଲବଲ ମହାରାଷ୍ଟ୍ର। ଗୋଟିଏ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ଅନ୍ୟପଟେ ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ। ଗୁରୁବାର ମଧ୍ୟରାତ୍ରିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୁତ ହୋଇଛି।
ମୁଷଳ ଧାରାରେ ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରର ଅନେକ ସ୍ଥାନ ଉବୁଟୁବୁ। ରାୟଗଡ଼ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି। ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି। ଏହି ସମୟରେ, ପେନ୍ ଏବଂ ଖାଲାପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଆମେରିକା-ଇରାନ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବଳ କଷାକଷି। ଯାହାକୁ ନେଇ ଏବେ ଚିନ୍ତାରେ ବିଶ୍ବ ବଜାର। ଯଦି ଏହି ବିବାଦ ଯୁଦ୍ଧରେ ପରିଣତ ହୁଏ ଏବଂ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଯାଏ, ତେବେ ଭାରତରେ ପେଟ୍ରୋଲ, ଡିଜେଲ ଓ ଏପିଜି ଅଭାବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଭାରତରେ ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପ ଥିବାବେଳେ ସେଭଳି କୌଣସି ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି।
ଇରାନ ଓ ଆମେରିକା ଯୁଦ୍ଧ ମଧ୍ୟରେ ମଧ୍ୟ-ପ୍ରାଚ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିଛି। ଆମେରିକାର ଆକ୍ରମଣ ପରେ ଏବେ ଇରାନ ପାଲଟା ଜବାବ ଦେଇଛି । ଉପସାଗରୀୟ ଦେଶ ଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରି ଇରାନ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।
ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଜଳି ଉଠିଛି ଯୁଦ୍ଧର ନିଆଁ। ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ। ଉଭୟ ଦେଶ ପରସ୍ପର ବିରୋଧରେ ପୁଣି ଆକ୍ରମଣ ଆରମ୍ଭ କରିଛନ୍ତି। ମଶାଦ ସହରରେ ଦୁଇଟି ସେତୁ ଉଡ଼ାଇ ଦେଇଛି ଆମେରିକା।
କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଧାରୱାଡ୍ରୁ ଧର୍ମସ୍ଥଳ ଓ ଚିକମାଗାଲୁର ଅଭିମୁଖେ ଯାଉଥିବା ଏକ କାର୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହାର ସଦ୍ୟତମ ରିପୋର୍ଟରେ ଆକଳନ କରିଛି।