‘ସ୍ୱତନ୍ତ୍ର ଅଧିବେଶନ ଡାକି MMDR ସଂଶୋଧନ ବିଲ୍କୁ ବିରୋଧ କର’: ମୋହନଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିକଟରେ ସଂସଦରେ ବିନା ବିତର୍କରେ ପାରିତ ହୋଇଥିବା ଖଣି ଓ ଖଣିଜ ଦ୍ର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିକଟରେ ସଂସଦରେ ବିନା ବିତର୍କରେ ପାରିତ ହୋଇଥିବା ଖଣି ଓ ଖଣିଜ ଦ୍ର…
ସ୍ୱାଧୀନତାର ପ୍ରକୃତ ଅର୍ଥ କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ବରଂ ପ୍ରତ୍ୟେକ ନାଗରିକ ନିଜର ସାମର୍ଥ୍ୟ ଓ ଆକାଂକ୍ଷା ପୂରଣ କରିବା ପାଇଁ ସମାନ ସୁଯୋଗ ପାଇବା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସ୍ୱାଧୀନତା ଦିବସ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ।
ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ବ। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। ଶ୍ରୀ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି । ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।
ଆସନ୍ତା ସେପ୍ଟେମ୍ବରରେ ନୂଆଦିଲ୍ଲୀ ଆସିବେ ଇରାନ ରାଷ୍ଟ୍ରପତି। ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସିବେ ବୋଲି ଇରାନୀ ସୂତ୍ରରୁ ଶୁକ୍ରବାର ଜଣାପଡ଼ିଛି। ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ।
ଦିଗପହଣ୍ଡି ଜେଲରେ ଜେଲର ଆତ୍ମହତ୍ୟା କରିଛନ୍ତି । ଜେଲ କ୍ୱାଟର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଜେଲର ଜଣଙ୍କ ଶିବାନନ୍ଦ ସ୍ୱାଇଁ । ସେ ୧୫ ଦିନ ହେବ ଦିଗପହଣ୍ଡି ଜେଲରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ପୁରୀରେ ଥିଲେ ।
ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏହା ଉପରେ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବାରୁ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
କୁନି ପୁଅର ଚିକିତ୍ସା ପାଇଁ କୋଲକାତା ଯିବା ଲାଗି ବିମାନକୁ କରିଥିଲେ ଅପେକ୍ଷା। ବିମାନ ବିଳମ୍ବ ନେଇ ଘୋଷଣା ପରେ ବି ସେ ଧର୍ଯ୍ୟ ହାରି ନଥିଲେ। କୋଳରେ ଅସୁସ୍ଥ ପୁଅ, ଆଉ ଘୋଷଣା ହେଲା ବିମାନ ସମ୍ପୂର୍ଣ୍ଣ ବାତିଲ। ଯାହାକୁ ନେଇ ମାଆ ମନ ବିଚଳିତ ହେବା ସହ ଧର୍ଯ୍ୟହରା ହୋଇପଡ଼ିଥିଲେ। ବିମାନ ବାତିଲକୁ ନେଇ ମହିଳା ତାତି ଉଠିଥିବାବେଳ, ଏୟାରପୋର୍ଟରେ କଲେ ଭଙ୍ଗାରୁଜା ।
ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ବ୍ରହ୍ମପୁର ନିକଟରୁ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ଏକ ବୋଲେରୋ ଏବଂ ବାଇକ୍ ସହ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ଜଗଦଳପୁର ନିକଟରେ ଚଢ଼ାଉ କରିଥିଲା ଅବକାରୀ ଗୁଇନ୍ଦା ଟିମ୍।
ପାହାଡ଼ କାଟି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉତ୍ତରାଖଣ୍ଡର ଚାମୋଲି ଟନେଲରେ ଭୂସ୍ଖଳନ ହୋଇଛି। ଏଥିରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସି ରହିଥିବା ସୂଚନା ମିଳିଛି। ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟ ଅନ୍ଧାର ଟନେଲ ପାଲଟିଗଲା ଭୟଙ୍କର ମୃତ୍ୟୁଫାଶରେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି।
ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର। ୫ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ପ୍ରଶଂସନୀୟ ସେବା ପଦକ ପାଇଁ ୧୦ ଜଣ ମନୋନୀତ ହୋଇଛନ୍ତି। ଏଡିଜି ସଂଜୀବ ପଣ୍ଡା ଓ ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
ତୁହାକୁ ତୁହା ଲାଗି ରହିଛି ବର୍ଷା। ଛାଡ଼ିବାର ନଁା ଧରୁ ନାହିଁ। ମଧ୍ୟ ରାତିରୁ ଜାରି ରହିଥÒବା ଲଗାଣ ବର୍ଷାରେ କୋଇଡା ବ୍ଲକ ଅନ୍ତର୍ଗତ କେର୍କେଟା ସାହି ନାଲି ପାଣିରେ ଉବୁଟୁବୁ ହେଉଛି। ଗଳିକନ୍ଦି ଦୂର କଥା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ନାଲି ପାଣି ଲହଡ଼ି ମାରୁଛି। ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ସେଠାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଯାହାଫଳରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଏବେ ଚାରିପାଖରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିିଳିଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନକୁ ନେଇ ବି…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି…
ବଦଳିଲେ ରେଭେନ୍ସା ଚିଫ୍ ୱାର୍ଡେନ୍ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ସାମ୍ନାକୁ ଆସିଛି ବଡ଼ ନିଷ୍ପତ୍ତି। ରେଭେନ୍ସା ହଷ୍ଟେଲ୍ ଚିଫ୍ ଓ୍ୱାର୍ଡେନଙ୍କ ବଦଳି ହୋଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍ ଓ୍ୱାର୍ଡେନ। ୨ ଜଣ ଡେପୁଟି ଚିଫ୍ ଓ୍ୱାର୍ଡେନଙ୍କୁ ମଧ୍ୟ ବଦଳି କରାଯାଇଛି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍ ଓ୍ୱାର୍ଡେନ ।
କଟକ ଚୌଧୁରୀ ବଜାର ଛକ ନିକଟ ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବିଭିନ୍ନ ପ୍ରକାର କପଡ଼ା ଓ ବ୍ୟାଗ୍ ସାମଗ୍ରୀ ଦୋକାନରେ ନିଆଁ ଲାଗିଯାଇଛି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ଏବେ ସୁପ…
ଲାଞ୍ଚ ନେବାବେଳେ ଧରା ପଡ଼ିଲେ ଜିଲ୍ଲା କୃଷି ଅଧିକାରୀ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବ୍ରହ୍ମପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର।
ପୁଣି ଥରେ ବୃଦ୍ଧି ପାଇଛି ଛେନା ଓ ପନିରର ମୂଲ୍ୟ। ଓମଫେଡ କ୍ଷୀରର ଦର ବୃଦ୍ଧି ଏବଂ ଗୋ-ଖାଦ୍ୟ ଦର ବଢ଼ିବାର ପ୍ରଭାବ ଏବେ ଛେନା ଓ ପନିର ଉପରେ ପଡ଼ିଛି। ଏହି ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ପୁଣି ଥରେ ବୃଦ୍ଧି କରିବାକୁ ରାଜଧାନୀ ଦୁଗ୍ଧଜାତ ବ୍ୟବସାୟୀ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁସାରେ, ପରିବର୍ତ୍ତିତ ଦର୧୫ ଅଗଷ୍ଟ ୨୦୨୬ରୁ ଲାଗୁହେବ।