କଡ଼ୋପଡ଼ାରେ ୨୫ ଟିକିଆ ହାତୀପଲ: ଭୟରେ ଜନଶୂନ୍ୟ ଗଁା
ସୁନ୍ଦରଗଡ଼ ବନଖଣ୍ଡ ବଡ଼ଗାଁ ବନାଞ୍ଚଳ ମହାବୀର ପାହାଡ଼ ପାଦଦେଶ କଡ଼ୋପଡ଼ା ନିକଟରେ ଆଜି ସକାଳେ ୨୫ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ରାତିରେ ଗାଁ ପାଖ ବିଲରେ ଥିବାବେଳେ ସକାଳୁ ପାହାଡ଼ମୁହାଁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗର ଏକ ଦଳ ସେଠାକୁ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି।
