ଲଦାଖ ପ୍ରସଙ୍ଗ: ଆନ୍ଦୋଳନ ପାଇଁ ଧମକ ଦେଲେ ୱାଙ୍ଗଚୁକ୍
ଶିକ୍ଷାବିତ୍ ତଥା ସାମାଜିକ କର୍ମକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଲଦାଖ ପ୍ରସଙ୍ଗରେ ପୁଣି ଥରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି। ଲଦାଖ ସହ ଜଡିତ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଗୋଟିଏ ସପ୍ତାହ ମଧ୍ୟରେ ପ୍ରତିଶ୍ରୁତି ନ ମିଳିଲେ ସେ ସେପ୍ଟେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆକରି ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।
