ବିଜେପି ସରକାରର ୨ବର୍ଷ ପୂର୍ତ୍ତି ଆକାଶ ଛୁଆଁ ବିକାଶ, ଦୁର୍ନୀତି ଖୋରଙ୍କ ଉପରେ ସିଧା ଆକ୍ସନ କେଜିରୁ ପିଜି ଯାଏଁ ହେବ ଦେୟ ମୁକ୍ତ ଶିକ୍ଷା
ଭାରତୀୟ ଜନତା ପାର୍ଟି ନେତୃତ୍ବରେ ବିଜେପି ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏ ନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଛନ୍ତି , ଆମ ସରକାରରେ ୧୨୧ଟି ନୂଆ ଯୋଜନା ଲାଗୁ ହୋଇଛି। ଏବେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ପାରୁଛନ୍ତି।
